କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ତାଙ୍କ ବାପା ଲାଲୁ ଯାଦବ ଅସୁସ୍ଥ ଥିବା ବେଳେ କିଛି ଲୋକ ତାଙ୍କୁ ଦିଲ୍ଲୀରେ ବନ୍ଧକ ରଖିଛନ୍ତି । ତେଜ ପ୍ରତାପ ଏତିକିରେ ଅଟକି ନାହାଁନ୍ତି ସେ ଆହୁରି କହିଛନ୍ତି କି କିଛି ଲୋକ ମୋ ବାପାଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ସ୍ୱପ୍ନ ଦେଖୁଛନ୍ତି ।
କହାର ନାମ ନନେଇ ସେ କହିଛନ୍ତି ସମସ୍ତଙ୍କୁ ଜଣାଅଛି ଏଭଳି କେଉଁମାନେ କରୁଛନ୍ତି । ସେ କହିଛନ୍ତି କି ଗୋଟିଏ ବର୍ଷତଳୁ ମୋ ବାପା ଜେଲରୁ ମୁକୁଳିଥିଲେ ବି କିଛି ଲୋକ ତାଙ୍କୁ ଦିଲ୍ଲୀରେ ବନ୍ଧକ ରଖିଛନ୍ତି । ଗୋଟିଏ ଦିନ ପୂର୍ବରୁ ତେଜ ପ୍ରତାପ ନିଜର ନୂଆ ସଂଗଠନ ‘ଛାତ୍ର ଜନଶକ୍ତି ପରିଷଦ’ ବ୍ୟାନର ତଳେ ‘ରାଜନୀତି ଶଖ, ନେତୃତ୍ୱ କର’ ବିଷୟ ଉପରେ ଏକ ବହ କାର୍ଯ୍ୟଶାଳାର ଆୟୋଜନ କରିଥିଲେ । ଏଥିରେ ସେ ପରିଷଦର ସମ୍ବିଧାନକୁ ଲୋକାର୍ପଣ କରିଥିଲେ । ଏଥିରେ ସେ ପୂର୍ବରୁ ଚାଲିଆସୁଥିବା ଅଣ ରାଜନୈତିକ ସଂଗଠନ ଡିଏସଏସ୍ ଓ ଯଦୁବଂଶୀ ସେନାକୁ ଛାତ୍ର ଜନଶକ୍ତି ପରିଷଦରେ ବିଲୟ କରିଛନ୍ତି ।
My father(Lalu Prasad Yadav) is unwell. There are 4-5 people in party who've seen dream of becoming Rashtriya Janata Dal's national chief. Don't need to name them as it's known to everyone. He was released nearly yr ago from jail but is held hostage in Delhi: Tej Pratap Yadav,RJD pic.twitter.com/VAGW3M9PmQ
— ANI (@ANI) October 2, 2021
କହିରଖୁ କି ଗତ ବିଧାନସଭା ନିର୍ବାଚନ ପରେ ତେଜ ପ୍ରତାପ ଆରଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ତେଜ ପ୍ରତାପ ବିଭିନ୍ନ ସମୟରେ ନିଜ ଭାଇ ତେଜସ୍ୱୀ ଯାଦବଙ୍କୁ ବି ଟାର୍ଗେଟ କରିଛନ୍ତି । ଏହାସହ ଆରଜେଡି ବିହାର ଶାଖା ଅଧ୍ୟକ୍ଷ ଜଗଦାନନ୍ଦ ସିଂଙ୍କୁ ନେଇ ବି ବିବାଦ ଦେଖାଦେଇଥିଲା । ହେଲେ ଏବେ ତେଜ ପ୍ରତାପଙ୍କର ଏଭଳି ବୟାନ ଆରଜେଡି ଭିତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।