ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ

Advertisment
ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ମିନି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ କ୍ରିକେଟ୍ ସଫର୍ ଶେଷ କରିଛନ୍ତି ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକି ଦିନ ସିଏସକେ ସହ ରହିଲେ ତାହା ତାଙ୍କ ପାଇଁ ବହୁତ ଭଲ ଅନୁଭୂତି ଥିଲା । ଏହାକୁ ସେ ସବୁଦିନ ପାଇଁ ମନେ ରଖିବେ ବୋଲି ହରଭଜନ ଟ୍ୱିଟ୍ କରି ଲେଖିଛନ୍ତି ।

୪୦ ବର୍ଷୀୟ ଏହି ଅଫ୍ ସ୍ପିନର ୨୦୧୮ ମସିହାରୁ ସିଏସକେ ଟିମ୍ ସହ ରହିଥିଲେ । ତାଙ୍କ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ନିଲାମରେ ୨ କୋଟି ଟଙ୍କା ଦେଇ କିଣିଥିଲା । ସେହିବର୍ଷ ସେ ୧୩ଟି ମ୍ୟାଚ୍ ଖେଳି ମୋଟ୍ ୭ଟି ୱିକେଟ୍ ନେଇଥିଲେ । ଏହା ପରବର୍ଷ ମଧ୍ୟ ସେ ଦଳ ପାଇଁ ଚମତ୍କାର ବୋଲିଂ କରି ୧୧ଟି ମ୍ୟାଚରେ ୧୬ଟି ୱିକେଟ୍ ହାତେଇଥିଲେ ।

ଗତବର୍ଷ କୋଭିଡ୍ କାରଣରୁ ଆଇପିଏଲ୍ ଭାରତରେ ଆୟୋଜନ ହୋଇପାରିନଥିଲା । ବିସିସିଆଇ ଏହାକୁ ୟୁଏଇରେ ଆୟୋଜନ କରିଥିଲା । ସବୁଦଳର ଖେଳାଳିମାନେ ୟୁଏଇ ଯାଇ ସେଠାରେ ମ୍ୟାଚ୍ ଖେଳିଥିଲେ । ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ସିଏସକେ ଟିମ୍ ସହ ରହିନଥିଲେ । ଗତବର୍ଷ ହରଭଜନଙ୍କ ବିନା ସିଏସକେ ଆଇପିଏଲ୍ ଖେଳିଥିଲା । ଏବେ ହରଭଜନ ଚେନ୍ନାଇ ସୁପର କିଙ୍ଗସ୍ ସହ ନିଜର ଯାତ୍ରା ଶେଷ କରିଥିଲେ ମଧ୍ୟ ଆଗାମୀ ଦିନରେ କେଉଁ ଦଳ ସହ ରହିବେ କି ନାହିଁ କିମ୍ବା ଆଇପିଏଲ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବେ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe