କନକ ବ୍ୟୁରୋ: ପୁଣି ମୋ ବସର ଦୌରାତ୍ମ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ରାଜଭବନ ଛକରେ ଏକ ଗାଡିକୁ ଧକ୍କା ଦେଇଛି ମୋ ବସ୍ । ଫଳରେ ଅଳ୍ପକେ ବର୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ-ଜିଲ୍ଲାପାଳ ଗାଡି ୟୁନିଟ୍ ୬ ପଟୁ ଆସୁଥିବାବଳେ ଏଜି ଛକରୁ ଆସୁଥିବା ମୋ ବସ୍ ନମ୍ବର ୨୩ ପଛପଟୁ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ୪ ଘେରା ମାରିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ରହିଛି ।

Advertisment

ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପାଇଁ ହସ୍ପିଟାଲ ନିଆଯାଇଥିଲା । ତେବେ ସେ ସୁରକ୍ଷିତ ଥିବା ସୂଚନା ରହିଛି । ସେହିପରି ମୋ-ବସ୍ରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।