ପ୍ରବଳ ବର୍ଷାରେ ଜଟଣୀରେ ବୁଡିଲା ମୋ ବସ। ପହଁରି ପହଁରି ବର୍ତ୍ତିଲେ ବସଯାତ୍ରୀ।

Advertisment
ପ୍ରବଳ ବର୍ଷାରେ ଜଟଣୀରେ ବୁଡିଲା ମୋ ବସ। ପହଁରି ପହଁରି ବର୍ତ୍ତିଲେ ବସଯାତ୍ରୀ।

କନକ ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଲା ମୋ ବସ୍ । ଅଳ୍ପକେ ବର୍ତିଲେ ମୋ ବସ ଯାତ୍ରୀ । ବର୍ଷା ପାଣିରେ ଟୁ.ଟୁ.ଏ ନମ୍ବର ମୋ ବସ୍ ଫସି ରହିଛି । ବସଟି ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭରବ୍ରିଜ୍ ତଳେ ବର୍ଷା ପାଣିରେ ଫସି ରହିଥିଲା । ବସର ୨୫ରୁ ୩୦ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜଟଣୀରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବସଟି ବର୍ଷା ପାଣିରେ ସମ୍ପୁର୍ଣ୍ଣ ବୁଡ଼ି ରହିଥିବା ବେଳେ ବସରେ ଥିବା ଲୋକେ ପାଣିରେ ପହଁରି ପହଁରି ଆସୁଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe