ଶୁଣ ସରକାର: ସିନ୍ଦୂରକୁ ବଞ୍ଚାଇବା ପାଇଁ ସ୍ତ୍ରୀର ଗୁହାରୀ… ସାହାଯ୍ୟ କଲେ ଅନାଥ ହେବେନି ମୋ ଛୁଆ ।

207

କନକ ବ୍ୟୁରୋ: ରୋଗିଣା ସ୍ୱାମୀ ବିଛଣାରେ, ସ୍ତ୍ରୀ କାନ୍ଦୁଛି ଅଗଣାରେ । ଶଯ୍ୟାଶାୟୀ ସ୍ୱାମୀର ଜୀବନ ବଞ୍ଚାଇବାକୁ ଲୋକଙ୍କ ଆଗରେ ନେହୁରା ହେଉଛି ହତଭାଗିନୀ ଟିଏ । କେତେବେଳେ ସ୍ୱାମୀଙ୍କୁ ଖୁଆଇ ଦେଉଛି ତ, କେତେବେଳେ ନିଜ କୋହକୁ ଜାକି ପ୍ରେମଭରା ପଣତରେ ସ୍ୱାମୀକୁ ପୋଛି ଦେଉଛି ।  ସେବା ସୁଶ୍ରୁଶା କେମିତି ବା ନକରିବ!! ସାତ ଜନ୍ମଯାଏଁ କଥା ଦେଇଛନ୍ତି ପରା, ଯେତେ ଯନ୍ତ୍ରଣା ହେଉ ପଛେ ସିନ୍ଦୂର ପାଇଁ ଯମ ସହ ଲଢ଼ିଯିବାକୁ ପଛାଇବନି ସେ ।

ବାଲେଶ୍ୱର ଖଇରା ନୂଆ ଗାଁର ଭଗବାନ ସାହୁଙ୍କ ପୁଅ କମଳାକାନ୍ତ ସାହୁ । ଯିଏ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯିବାରୁ ଏବେ ଧିରେ ଧରେ ଦୃଷ୍ଟିଶକ୍ତି ବି କମିବାକୁ ବସିଲାଣି । ଦୃଷ୍ଟିବାଧିତ ବାପାଙ୍କ ଆଖିକୁ ଦେଖାଯାଉନଥିବା ବେଳେ ସାନ ପୁଅ କମଳାକାନ୍ତ ହିଁ ଘରର ମେରୁଦଣ୍ଡ ପାଲଟିଥିଲେ । ହେଲେ କିଡ଼ନୀ ରୋଗ କମଳାକାନ୍ତଙ୍କୁ କନ୍ଦାଇବା ସହ ପୂରା ପରିବାରର ଆଖିରେ ଲୁହ ଆଣିଦେଇଛି ।


କମଳାକାନ୍ତ ଅତ୍ୟନ୍ତ ଅସହାୟ ଓ ଗରିବ । ଜମିବାଡ଼ି କହିଲେ ଭଙ୍ଗା ଝାଟିମାଟି ଘର ଛଡ଼ା ଆଉ କିଛି ନାହିଁ । ପର ଘରେ ମୂଲ ଲାଗି ଦିବ୍ୟାଙ୍ଗ ବାପା-ମାଆଙ୍କ ସହ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବହୁ କଷ୍ଟରେ ଚଳାଉଥିଲେ । ନିଜେ ଯେବେ କିଡ଼ନୀ ରୋଗୀ ପାଲଟି ବିଛଣାରେ ପଡ଼ିଗଲେ ସେବେଠୁ ତାଙ୍କ ସଂସାରରେ ସମସ୍ୟାର ଜୁଆର ମାଡ଼ି ଚାଲିଛି । କିଡ଼ନୀ ପ୍ରତିରୋପଣ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କହି କୋହ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ । ସହାୟତା ପାଇଁ ସାହି ପଡ଼ିଶା ବି କରୁଛନ୍ତି ସରକାରଙ୍କୁ ଗୁହାରୀ ।

ସତରେ କମଳାକାନ୍ତଙ୍କ କଷ୍ଟ କେତେ ଯନ୍ତ୍ରଣାଦାୟକ, ତାହା ଏବେ ତାଙ୍କ ପରିବାରର ଲୁହରୁ ବେଶ୍ ବାରି ହୋଇପଡୁଛି । ସରକାର ଯଦି କମଳାକାନ୍ତଙ୍କ କଷ୍ଟକୁ ହାଲୁକା କରି ତାଙ୍କୁ ଚିକିତ୍ସା କରାଇଦିଅନ୍ତେ । ତାହଲେ ଏ ପରିବାରର ହସଖୁସି ପୁଣି ଫେରିପାରନ୍ତା । ଆଉ ଆପଣଙ୍କ ଭିତରୁ ଯଦି କେହି ସହୃଦୟ ବ୍ୟକ୍ତି କମଳାକାନ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ…

AC no-33548486139
IFSC CODE- SBIN0009825