କନକ ବ୍ୟୁରୋ : ସୋମାଲିଆ ନିକଟରୁ ଅପହୃତ ହୋଇଥିବା ଜାହାଜ ଏମଭି ଲୀଳା ନରଫ୍ଲକକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅପରେସନ ଆରମ୍ଭ କଲା ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜକୁ ଉଦ୍ଧାର ପାଇଁ ଆଇଏନଏସ ଚେନ୍ନାଇକୁ ପଠାଇଛି ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜର ଚାଳକ ଦଳରେ ୧୫ ଜଣ ଭାରତୀୟ ରହିଛନ୍ତି । କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆଇଏନଏସ ଚେନ୍ନାଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ଆଗକୁ ବଢୁଛି । ଅପହୃତ ଜାହାଜ ଉପରେ ଭାରତୀୟ ନୌସେନାର କଡା ନଜର ରହିଛି । ଗୁରୁବାର ସନ୍ଧ୍ୟାରେ ଏମଭି ଲୀଳା ଅପହୃତ ହୋଇଥିବା ନେଇ ସୂଚନା ମିଳିଥିଲା ।
ଅପହୃତ ଜାହାଜ ଉପରେ ଭାରତୀୟ ନୌସେନାର ବିମାନ ନଜର ରଖିଥିବା ବେଳେ ଜାହାଜରେ ଥିବା ଭାରତୀୟ ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଛି । ଏହି ଜାହାଜ ଉପରେ ଲାଇବେରିଆର ପତାକା ଲାଗିଛି । ଗତ କିଛି ବର୍ଷ ହେବ ସମୁଦ୍ର ମଧ୍ୟରେ ମାଲବାହୀ ଜାହାଜ ଉପରେ ଅତର୍କିତ ଆକ୍ରମଣ କରି ଏହାକୁ ହାଇଜାକ କରି ନିଆଯାଉଥିବାର ଖବର ବଢି ବଢି ଚାଲିଛି । ତେବେ ଭାରତୀୟ ନୌସେନା ଆକ୍ସନ ମୋଡକୁ ଆସିବା ପରେ ହାଇଜାକ ହୋଇଥିବା ଜାହାଜରୁ ଖୁବଶୀଘ୍ର ଭାରତୀୟଙ୍କୁ ମୁକ୍ତ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/aa-Cover-hbm48fhlbpc9reukfj7pkdd3l1-20161119062611.Medi_.jpeg)