ମାଲକାନଗିରି ଏମଭି-୭୫ ଗାଁରେ ଅଜଣାରୋଗର ଆତଙ୍କ । ଅନେକ ଲୋକ ଗୁରୁତର, କାମ କରୁନି ଔଷଧ

ଦିଶାରୀ ପାଲଟିଛନ୍ତି ସାହାରା;ଡାକ୍ତର କରୁଛନ୍ତି ପରୀକ୍ଷାନୀରିକ୍ଷା

320

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଏମ୍.ଭି –୭୫ ଗାଁରେ ଅଜଣା ରୋଗର ଭୟ । ଅଚାନକ ଲୋକଙ୍କ ଦେହମୁଣ୍ଡ ଜଳା ପୋଡା ହେବା ପରେ ପକ୍ଷାଘାତ ହୋଇ ଶରୀର ଗୋଟିଏ ଅଂଗ ଅଚଳ ହୋଇ ପଡୁଛି । ଏପରି ଅଜଣା ରୋଗରେ ପୀଡିତ ହୋଇ ଗତ ୭ ତାରିଖରେ ସୁଧୀର ନନ୍ଦି ନାମକ ଜଣେ ୧୭ ବର୍ଷୀୟ ଯୁବକ ପ୍ରାଣ ହରାଇ ଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ ଏକ ସପ୍ତାହ ଧରି ଏମ.ଭି –୭୫ ଗାଁରେ ଏପରି ଅଜଣା ରୋଗର ଆତଙ୍କ ଲାଗି ରହି ଥିବା ବେଳେ ଏବେ ବି ଗାଁରେ ୧୫ ରୁ ଅଧିକ ଲୋକ ଏପରି ଯନ୍ତ୍ରଣା ଭୋଗୁଛନ୍ତି ।

ଡାକ୍ତରଖାନାରେ ରକ୍ତ ନମୁନା ପରୀକ୍ଷା କରାଇ ଥିଲେ ହେଁ ରକ୍ତ ନମୁନା ଠିକ ଠାକ ରହି ଥିବା ଜଣା ପଡିଛି । ଔଷଧ ପତ୍ର ମଧ୍ୟ କାମ କରୁ ନଥିବା ବେଳେ ଲୋକେ ଏକ ପାଖ ଗାଁର ଦିଶାରୀଙ୍କ ଠାରୁ ଗୁଣି ଗାରେଡି କରି ଦେଶୀ ଔଷଧ ଉପରେ ଭରଷା କରିଛନ୍ତି ଲୋକେ । ଅନ୍ୟପଟେ ଗାଁ ରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ପହଁଂଚି ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି । ଏହା ଗ୍ରାମବାସୀଙ୍କ ମନରୋଗ ବୋଲି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହୁ ଥିବା ବେଳେ କୋରାପୁଟ ମେଡିକାଲ କଲେଜର ଏକ ଡାକ୍ତରୀ ଟିମ ପହଁଚି ଅଧିକ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।