କନକ ବ୍ୟୁରୋ : ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଏ । କେତେ ଆଶା ବିଶ୍ୱାସ ସହ ଅଭିଭାବକ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ପଠାଇଥାନ୍ତି । ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏଠି ସମାନ ଭାବେ ଶିକ୍ଷା ଯୋଗାଇ ଦିଆଯାଏ । ହେଲେ ଶିକ୍ଷା ମନ୍ଦିରରୁ ଯେବେ ଏମିତି କିଛି ଦୃଶ୍ୟ ଆସିଥାଏ ଯାହା ସମସ୍ତଙ୍କୁ ବିଚଳିତ କରି ପକାଏ । ହେଲେ ଯେଉଁଠି ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଧର୍ମ ଆଧାରରେ ଜଣେ ଛାତ୍ରକୁ ଅନ୍ୟ ଛାତ୍ର ଦ୍ୱାରା ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଶିକ୍ଷୟିତ୍ରୀ ତୃପ୍ତା ତ୍ୟାଗୀ ଜଣେ ମୁସଲମାନ ବାଳକକୁ ଅନ୍ୟ ଛାତ୍ରଙ୍କ ଦ୍ୱାରା ମାଡ଼ ମାରିବାକୁ କହୁଛନ୍ତି । ପିଲାଟି ଶିକ୍ଷୟିତ୍ରୀଙ୍କ ଆଗରେ କାନ୍ଦୁଥିବାର ନଜର ଆସୁଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶିକ୍ଷୟିତ୍ରୀ ଜଣକ ସ୍କୁଲର ପ୍ରିନ୍ସିପାଲ ମଧ୍ୟ । ଭଲ ଭାବେ ଶୁଣିଲେ ଜାଣି ପାରିବେ , ଅଭିଯୁକ୍ତ ଶକ୍ଷୟିତ୍ରୀ ଜଣକ ପିଲାଟିକୁ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏବଂ ମୁହଁଙ୍କୁ ବେଶି ମାରନି, ମୁହଁ ଲାଲ୍ ହେଇ ଯିବ ,ଅଂଟାକୁ ମାର୍ ବୋଲି କହୁଛନ୍ତି ଅଭିଯୁକ୍ତ ଶିକ୍ଷୟିତ୍ରୀ । କେବଳ ଏତିକି ନୁହେଁ ଏମିତି କ’ଣ ମାରୁଛ, ଜୋରରେ ମାର ବୋଲି ସେ କହୁଛନ୍ତି । ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ପିଲାଟିକୁ ଆସି ଜଣକ ପରେ ଜଣେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଘଟଣା ପରେ ଛାତ୍ରଙ୍କ ବାପା ସ୍କୁଲରୁ ପିଲାଟିର ଟିସି ନେଇ ଆସିଛନ୍ତି ।

Advertisment

ଭିଡ଼ିଓଟି ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଘଟଣାକୁ ନିନ୍ଦା କରିବା ସହ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି । ଅନ୍ୟପଟେ ଏନେଇ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି । ଶିକ୍ଷୟିତ୍ରୀ ଜଣକ ନିଜ ସମ୍ପର୍କରେ ସଫେଇ ଦେଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ । ପିଲାଟି ବହୁ ଦିନ ହେବ ପାଠ କରୁ ନଥିଲା ସେ ନିଜେ ଉଠି ତାକୁ ଦଣ୍ଡ ଦେବା ସମ୍ଭବ ନୁହେଁ । ତେଣୁ ଅନ୍ୟ ପିଲାଙ୍କ ଠାରୁ ଏମିତି ଦଣ୍ଡ ଦେଇଥିଲେ । ଏହା ଅତ୍ୟନ୍ତ ସାମାନ୍ୟ କଥା ଏହାକୁ ନେଇ ରାଜନୀତି ନ କରନ୍ତୁ ବୋଲି ଅଭିଯୁକ୍ତ ଶିକ୍ଷୟିତ୍ରୀ ତ୍ରିପ୍ତା ତ୍ୟାଗୀ କହିଛନ୍ତି ।

ଶିକ୍ଷା ଅନୁଷ୍ଠାନରେ ଯଦି ଏପରି ଧର୍ମ ଶିକ୍ଷାଦାନ ଦିଆଯାଏ ।ତେବେ ଦେଶର ଭବିଷ୍ୟତ କଣ ହେବ ଏବଂ କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।