କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ସଭାପତି ତଥା ସାଂସଦ ବଦରୁଦ୍ଦିନ ଅଜମଲଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ସମସ୍ତ ମୁସଲିମଙ୍କୁ ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରହିବାକୁ କହିଛନ୍ତି ବଦରୁଦ୍ଦିନ । କେବଳ ଏତିକି ନୁହେଁ ବିଜେପିକୁ ବଡ ଶତ୍ରୁ ବୋଲି ମଧ୍ୟ କହିଛନ୍ତି ବଦରୁଦ୍ଦିନ ।
ବାରପେଟାରେ ଏକ ଜନସଭାକୁ ସମ୍ବୋଧିତ କରି ବଦରୁଦ୍ଦିନ କହିଛନ୍ତି, ଆମକୁ ସତର୍କ ରହିବାକୁ ପଡିବ । ମୁସଲିମ ଭାଇ ମାନଙ୍କୁ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୂରା ବିଶ୍ୱରୁ ଲୋକେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦେଖିବାକୁ ଅଯୋଧ୍ୟା ଆସିବେ । ଲକ୍ଷ ଲକ୍ଷ ଲୋକ ବସ, ଟ୍ରେନ, ବିମାନରେ ଅଯୋଧ୍ୟା ସମେତ ବିଭିନ୍ନ ଧାର୍ମିକ ସ୍ଥଳକୁ ଯିବେ । ତେଣୁ ଏହି ସମୟରେ ଶାନ୍ତି ବଜାୟ ରଖିବା ଉଚିତ୍ । ବିଜେପି ମୁସଲିମଙ୍କର ସବୁଠୁ ବଡ ଶତ୍ରୁ । ଏମାନେ ଆମ ଆସ୍ଥା, ଇସଲାମ ଆଇନ, ଅଜାନର ଶତ୍ରୁ । ବଦରୁଦ୍ଦିନଙ୍କ ଏହି ବୟାନକୁ ନେଇ ବିଜେପି କଡା ଜବାବ ଦେଇଛି । ଦଳ ପକ୍ଷରୁ କୁହାଯାଇଛି, ସବକା ସାଥ୍, ସବକା ବିକାଶ ମନ୍ତ୍ର ନେଇ ବିଜେପି ଆଗକୁ ବଢୁଛି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେ ପ୍ରାର୍ଥନାରେ ମଧ୍ୟ ଭାଗ ନେବେ । ବଦରୁଦ୍ଦିନ ଓ ଓୱେସିଙ୍କ ଭଳି ଲୋକ ସାଧାରଣ ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରୁଛନ୍ତି । ବିଜେପି ସବୁ ଧର୍ମକୁ ସମ୍ମାନ କରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/keep-ready-your-passports-badruddin-ajmal-to-party-leaders.jpg)