କନକ ବ୍ୟୁରୋ :  କଟକର ଶେଖ୍ ଲିଆକତ ଉଦ୍ଦିନ ଅହମ୍ମଦ । କଟକ ଦୁର୍ଗାପୂଜା ପାଇଁ ବଡ ହୃଦୟ ଦେଖାଇ ସହରର ଭାଇଚାରାକୁ ଆଗକୁ ବଢାଇଛନ୍ତି । କଟକ ସୂତାହାଟ ଦୁର୍ଗାପୂଜା ପାଇଁ ସହାୟତାର ହାତ ବଢାଇଛନ୍ତି ଶେଖ୍ ଲିଆକତ । ପୂଜାରେ ମାଙ୍କ ଗହଣା ଦେବୀ ଦୁର୍ଗାଙ୍କ ଶୋଭାକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହି ପୂଜାରେ ଗହଣାକୁ ନେଇ ଏକ ବଡ ସମସ୍ୟା ଦେଖା ଦେଇଥିଲା । ପୁରୁଣା ଟଙ୍କା ମିଳିନଥିବାରୁ ପୂଜା କମିଟିର ଜଣେ କର୍ମକର୍ତ୍ତା ଗହଣା ଦେବିନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଏହାକୁ ନେଇ ଭାଳେଣି ପଡିଥିଲା । ଶେଷରେ ଶେଖ୍ ଲିଆକତ ଟଙ୍କା ଦେବାକୁ ରାଜି ହୋଇ କଟକ ଭାଇଚାରାଙ୍କୁ ଆହୁରି ମଜଭୁତ କରିଛନ୍ତି ।

Advertisment

v

କଟକ ସୂତହାଟରେ ସବୁବର୍ଷ ମାଆଙ୍କ ଚାନ୍ଦିମେଢ ଶୋଭାପାଏ । ମାଙ୍କ ଆଖି ସୁନା ହୋଇଥିବାବେଳେ ଆଭୂଷଣ ଓ ଗହଣା ରୂପାରେ ତିଆରି । ୭୦ ବର୍ଷ ପୁରୁଣା ମଣ୍ଡପରେ ୧୨ ଲକ୍ଷ ଟଙ୍କାର ଗହଣା ମାଙ୍କ ଠାରେ ଲାଗିଥାଏ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତ ବର୍ଷ ମାତ୍ର ୪୮ ହଜାର ଟଙ୍କା ପାଇଁ ପୂଜା କମିଟିର କର୍ମକର୍ତ୍ତା ଗହଣା ଦେବାକୁ ମନାକରିଦେଇଥିଲେ । ଆଉ ଏହି ଟଙ୍କା ଦେଇ ଗହଣାକୁ ମୁକୁଳାଇଛନ୍ତି ଶେଖ ଲିଆକତ ।

ଭାଇଚାରାର ସହର ହେଉଛି କଟକ । ବାଉନ ବଜାର ତେପନ ଗଳିର ସହରରେ ଦୁର୍ଗାପୂଜା ପାଇଁ ଏହି ମୁସଲମାନ ଯୁବକ ସହ ଯୋଗର ହାତ ବଢାଇ କଟକ ଭାଇଚାରାକୁ ଆଗକୁ ବଢାଇଛନ୍ତି ।