ବଜରଙ୍ଗବାଲୀଙ୍କ ବେଶରେ ଭିକ ମାଗୁଥିଲା ଯୁବକ । ଥାନାକୁ ଟାଣିନେଲା ପୋଲିସ୍ ।

245

ଉତ୍ତରପ୍ରଦେଶର ବରେଲୀରେ ଜଣେ ଯୁବକ ହନୁମାନଙ୍କ ବେଶ ଧାରଣ କରି ଭିକ ମାଗୁଥିବାର ଦେଖିବାକୁ ମିଳିଥିଲେ । ସ୍ଥାନୀୟ ଲୋକମାନେ ଯୁବକକୁ ଏଭଳି କରୁଥିବା ଦେଖି ନାଁ ଠିକଣା ପଚାରି ବୁଝିଥିଲେ । ଯୁବକ ଜଣକ ମୁସଲିମ୍ ଜଣାପଡିବା ପରେ ସ୍ଥାନୀୟ ଲୋକ ତାକୁ ନିସ୍ତୁକ ମାଡ଼ ମାରିଥିଲେ । ମୁରାଦାବାଦ୍ ନିବାସୀ ନସିମ୍ ହନୁମାନଙ୍କ ବେଶରେ ସୁଭାସନଗରର ଅନୁପମ ନଗରରେ ଭିକ ମାଗୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ନାଁ ପଚାରିଥିଲେ । ପ୍ରଥମେ ଲୋକମାନେ ଯୁବକଙ୍କୁ ମାନସିକ ପୁରଣ ହେତୁ ଏଭଳି କରୁଥିବା କଥା ଭାବିଥିଲେ କିନ୍ତୁ ଅସଲ କଥା ଜଣାପଡିବା ପରେ ପୋଲିସ୍ ହେପାଜତରେ ଯୁବକଙ୍କୁ ଦେଇଥିଲେ ।

ବେଶ ବଦଳାଇ ଠକାମୀ କରିବା ଅଭିଯୋଗରେ ଯୁବକଙ୍କୁ ଥାନାକୁ ଟାଣିନେଲା ପୋଲିସ୍ । ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଯୁବକ ଜଣକ ଆଗରୁ ମଧ୍ୟ ଏଭଳି କାମ କରିଥିବା ନଜରରେ ଆସିଥିଲେ କିନ୍ତୁ ଏଥର ସନ୍ଦେହ ହେବାରୁ ପଚରାଉଚରା କରାଗଲା । ପଚରାଉଚରା ପରେ ଜଣାପଡିଲା ଯେ ପ୍ରଥମେ ଲୈଲା-ମଜନୁ ବେଶରେ ଭିକ ମାଗୁଥିବା ଏହି ଯୁବକ ପ୍ରଥମଥର ପାଇଁ ହନୁମାନଙ୍କ ବେଶ ଧାରଣ କରିଥିଲେ ।