ଉତ୍ତରପ୍ରଦେଶର ବରେଲୀରେ ଜଣେ ଯୁବକ ହନୁମାନଙ୍କ ବେଶ ଧାରଣ କରି ଭିକ ମାଗୁଥିବାର ଦେଖିବାକୁ ମିଳିଥିଲେ । ସ୍ଥାନୀୟ ଲୋକମାନେ ଯୁବକକୁ ଏଭଳି କରୁଥିବା ଦେଖି ନାଁ ଠିକଣା ପଚାରି ବୁଝିଥିଲେ । ଯୁବକ ଜଣକ ମୁସଲିମ୍ ଜଣାପଡିବା ପରେ ସ୍ଥାନୀୟ ଲୋକ ତାକୁ ନିସ୍ତୁକ ମାଡ଼ ମାରିଥିଲେ । ମୁରାଦାବାଦ୍ ନିବାସୀ ନସିମ୍ ହନୁମାନଙ୍କ ବେଶରେ ସୁଭାସନଗରର ଅନୁପମ ନଗରରେ ଭିକ ମାଗୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ନାଁ ପଚାରିଥିଲେ । ପ୍ରଥମେ ଲୋକମାନେ ଯୁବକଙ୍କୁ ମାନସିକ ପୁରଣ ହେତୁ ଏଭଳି କରୁଥିବା କଥା ଭାବିଥିଲେ କିନ୍ତୁ ଅସଲ କଥା ଜଣାପଡିବା ପରେ ପୋଲିସ୍ ହେପାଜତରେ ଯୁବକଙ୍କୁ ଦେଇଥିଲେ ।
ବେଶ ବଦଳାଇ ଠକାମୀ କରିବା ଅଭିଯୋଗରେ ଯୁବକଙ୍କୁ ଥାନାକୁ ଟାଣିନେଲା ପୋଲିସ୍ । ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଯୁବକ ଜଣକ ଆଗରୁ ମଧ୍ୟ ଏଭଳି କାମ କରିଥିବା ନଜରରେ ଆସିଥିଲେ କିନ୍ତୁ ଏଥର ସନ୍ଦେହ ହେବାରୁ ପଚରାଉଚରା କରାଗଲା । ପଚରାଉଚରା ପରେ ଜଣାପଡିଲା ଯେ ପ୍ରଥମେ ଲୈଲା-ମଜନୁ ବେଶରେ ଭିକ ମାଗୁଥିବା ଏହି ଯୁବକ ପ୍ରଥମଥର ପାଇଁ ହନୁମାନଙ୍କ ବେଶ ଧାରଣ କରିଥିଲେ । /kanak/media/post_attachments/wp-content/uploads/2019/11/dsd-300x207.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/Capture.jpg)
/kanak/media/post_attachments/wp-content/uploads/2019/11/hanuman-muslim___110219031940-300x216.jpg)