କନକ ବ୍ୟୁରୋ: ଆଜି ସାରା ଦେଶରେ କୋଭିଡ୍ କଟକଣାକୁ ମାନି ପାଳନ ହୋଇଛି ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା କରି ଖୁସି ମନାଇଛନ୍ତି ଆବାଳବୃଦ୍ଧବନିତା । ହେଲେ ଏହାରି ଭିତରେ ଖୋର୍ଦ୍ଧାରୁ ଏପରି ଏକ ଖବର ଆସିଛି, ଯାହାକି ଆମ ଦେଶର ଭାଇଚାରାକୁ ସମସ୍ତଙ୍କ ଆଗରେ ଦେଖାଇଛି । ପ୍ରଭୁ ଗଣେଶଙ୍କ ପୂଜାରେ କର୍ତ୍ତା ସାଜି ହୋମ୍ କରିଛନ୍ତି ଜଣେ ମୁସଲମାନ ଯୁବକ ।ଦେଶର ବିଭିନ୍ନ କୋଣରୁ ଆମେ ହିନ୍ଦୁ-ମୁସଲିମଙ୍କ ଭିତରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ପାଉଛେ । ହେଲେ ଖୋର୍ଦ୍ଧାର ଏହି ଖବର ଏବେ ଭାରତର ଭାଇଚାରା ଭାବନାକୁ ଆଗକୁ ଆଣିଛି ।ଖୋର୍ଦ୍ଧା ଜିଲ୍ଲା ଭୀମପଡାଠାରେ ଥିବା ଏକ ପବ୍ଲିକ୍ ସ୍କୁଲରେ ଗଣେଶ ପୂଜା ଆୟୋଜିତ ହୋଇଥିଲା । ଆଉ ଏହି ପୂଜାରେ କର୍ତ୍ତା ସାଜିଥିଲେ ସେହି ଅନୁଷ୍ଠାନର ସମ୍ପାଦକ ଦାୟିତ୍ୱ ତୁଲାଉଥିବା ମହମ୍ମଦା ଆଜାଦ । ପୂରା ହିନ୍ଦୁ ରୀତିନୀତି ଅନୁସାରେ ସେ ଉପବାସରେ ରହି ହୋମ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Advertisment