କାନପୁରର ବର୍ରା ଅଞ୍ଚଳରେ ଜଣେ ମୁସଲିମ୍ କିଶୋରଙ୍କୁ କିଛି ଲୋକ ଖୁବ୍ ପିଟିଛନ୍ତି । କିଶୋରଙ୍କ ଅଭିଯୋଗ ରହିଛି ଯେ ପଠାଣି ଟୋପି ପିନ୍ଧିବା କାରଣରୁ କିଛି ଲୋକ ତାଙ୍କୁ ଜୟ ଶ୍ରୀରାମ ନାରା ଲଗାଇବାକୁ କହିଥିଲେ । ବର୍ରାରେ ରହୁଥିବା ତାଜ୍ (୧୬) ଶୁକ୍ରବାର କିଦବଇ ନଗର ସ୍ଥିତ ମସଜିଦ୍ ରୁ ନମାଜ୍ ପଢି ଘରକୁ ଫେରୁଥିଲେ ସେତେବେଳେ  ୩ ରୁ ୪ ଜଣ ଅଜ୍ଞାତ ଲୋକ ବାଇକ୍ ରେ ବସି ତାଙ୍କ ପାଖକୁ ଆସିଥିଲେ ଏବଂ ଟୋପି କାହିଁକି ପିନ୍ଧିଥିବା କଥା ପଚାରିଲେ । ପୋଲିସ୍ ର କହିବାନୁସାର ବାଇକ୍ ରେ ଆସିଥିବା ଯୁବକ ତାଜ୍ ଙ୍କୁ ଜୟ ଶ୍ରୀରାମ ନାରା ଲଗାଇବାକୁ କହିଥିଲେ । ତାଜ୍ ଯେତେବେଳେ ନାରା କହିବା ପାଇଁ ମନା କରିଥିଲେ ଯୁବକମାନେ କିଶୋରକୁ ପିଟିବାକୁ ଆରମ୍ଭ କରିଦେଇଥିଲେ । ଥାନାର ପ୍ରଭାରୀ କହିଥିଲେ ଯେ , ଏଥିନେଇ ଆମକୁ ଲିଖିତ ଅଭିଯୋଗ ମିଳିଛି ଏବଂ ମାମଲାର ଏଫଆଇଆର୍ ମଧ୍ୟ ନିଆଯାଇଛି । ତାଜ୍ ଙ୍କ ମେଡିକାଲ୍ ଟେଷ୍ଟ ମଧ୍ୟ କରାଯାଇଛି । ଅଭିଯୋଗମାନଙ୍କ ପରିଚୟ ହେବା ପରେ ଖୋଜିବା ପାଇଁ ଚେଷ୍ଟା ଚଲାଇଛି ପୋଲିସ୍ ।

Advertisment

publive-image

ତାଜ୍ ଙ୍କ କହିବାନୁସାରେ ଉକ୍ତ ଅଞ୍ଚଳରେ ଟୋପି ପିନ୍ଧି ଆସିବାକୁ ଯୁବକମାନେ ତାଙ୍କୁ ଧମକ ଦେଇଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ ଜବରଦସ୍ତ ଟୋପି କାଢିଦେବା ପରେ ଜୟ ଶ୍ରୀରାମ ନାରା ଲଗାଇବାକୁ ଯୁବକମାନେ ତାକୁ ବାଧ୍ୟ କରିଥିଲେ । ମାରପିଟ୍ ପରେ କିଶୋର ପାଟି କରିବା ପରେ ବାଟୋଇ ମାନେ ତାକୁ ବଚାଂଇଥିଲେ । ଆପଣଙ୍କୁ କହିରଖୁଛୁ ଝାରଖଣ୍ଡରେ କିଛି ଦିନ ତଳେ ତବରେଜ୍ ଅନ୍ସାରୀ ନାମକ ୨୨ ବର୍ଷୀୟ ଯୁବକଙ୍କ ସହ ଏଭଳି କିଛି ଘଟିଥିଲା । ଯେଉଁଥିରେ ଯୁବକ ଜଣଙ୍କର ମୃତ୍ୟୁ ହେବା ସହ ଘଟଣାଟି ଖୁବ୍ ଚର୍ଚ୍ଚାରେ ଥିଲା ।

publive-image