ବିଜୟ ପରେ ମୋଦିଙ୍କୁ ମୁସଲିମ୍ ପରିବାରରୁ ନିଆରା ଉପହାର ! ମୁସଲିମ୍ ପରିବାର ନବଜାତକର ନାଁ ଦେଲେ “ନରେନ୍ଦ୍ର ଦାମୋଦର ଦାସ ମୋଦି”

ବିଜୟ ପରେ ମୋଦିଙ୍କୁ ମୁସଲିମ୍ ପରିବାରରୁ ନିଆରା ଉପହାର ! ମୁସଲିମ୍ ପରିବାର ନବଜାତକର ନାଁ ଦେଲେ “ନରେନ୍ଦ୍ର ଦାମୋଦର ଦାସ ମୋଦି”

India.com

ଉତ୍ତରପ୍ରଦେଶର ଗୋଣ୍ଡାଠାରେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଦିନ ଏକ ମୁସଲିମ୍ ପରିବାରରେ ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିବା ପରେ ପରିବାର ଲୋକେ ଶିଶୁଟିର ନାମ ଦେଇଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ପିଲାଟିକୁ ଜନ୍ମ ଦେଇଥିବା ମାଆ କହନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିଷୟରେ ଦେଖି, ଶୁଣି ଆସୁଛି। ସେ ଭଲ କାମ କରୁଛନ୍ତି। ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେଉଥିବାରୁ ମୋ ପିଲାର ନାମ ତାଙ୍କ ପାଇଁ ଉପହାର ସଦୃଶ।’

publive-image

ତିନ୍ ତଲାକ ରାୟକୁ ମନେ ପକାଇ ପ୍ରସୂତୀ କହିଛନ୍ତି କି ‘ତିନ୍ ତଲାକ ଉପରେ ନୂଆ ରାୟରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ମୁସଲିମ ମହିଳାମାନଙ୍କୁ ବଡ଼ ସାହାରା ଦେଇଛି। କେବଳ ପ୍ରସୂତୀ ନୁହଁନ୍ତି, ତାଙ୍କ ଶ୍ୱଶୁର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି। ତାଙ୍କର ମଧ୍ୟ ମୋଦୀଙ୍କ ଉପରେ ଯଥେଷ୍ଟ ଭରସା ଥିବା ସେ ପ୍ରକଟ କରିଛନ୍ତି। ତେବେ ଏକ ମୁସଲମାନ ପରିବାର ଲୋକେ ହୋଇ ନିଜ ପୁଅର ହିନ୍ଦୁ ଧର୍ମୀ ନାମ ଦେଲେ ଲୋକେ କ’ଣ ଭାବିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ନବଜାତକର ଜେଜେ କହନ୍ତି ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe