ହିନ୍ଦୁ ସଂସ୍କୃତି ପ୍ରେମରେ ମୁସଲିମ୍ ଦମ୍ପତି … ମହାଦେବ ମନ୍ଦିରରେ ସମ୍ପୁର୍ଣ୍ଣ ରୀତିନୀତିରେ ବିବାହ କଲେ ମୁସଲିମ୍ ବର-କନିଆଁ 

313

ସନାତନ ଧର୍ମ ପ୍ରତି ଲୋକଙ୍କ ଏତେ ଆଗ୍ରହ ବଢୁଛି ଯେ ବିଦେଶରୁ ଆସି ଭାରତରେ ହିନ୍ଦୁଧର୍ମ ପ୍ରତି ପ୍ରେମଭାବନା ଦେଖାଉଛନ୍ତି ଲୋକେ । ଏମିତି ହିଁ ଭାରତ ଭ୍ରମଣରେ ଆସିଥିବା ଜଣେ ଆମେରିକୀୟ ମୁସଲିମ୍ ଦମ୍ପତିଙ୍କୁ ହିନ୍ଦୁଧର୍ମ ଏତେ ଆକର୍ଷିତ କଲା ଯେ ମହାଦେବ ମନ୍ଦିରରେ ସମ୍ପୁର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କଲେ ଏହି ଦମ୍ପତି । ଉତ୍ତରପ୍ରଦେଶ ଜୋନପୁରର ତ୍ରିଲୋଚନ ମହାଦେବ ମନ୍ଦିରରେ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ବିବାହ କଲେ ଏହି ଦମ୍ପତି । ଏହାପୂର୍ବରୁ ଦୁହେଁ ମୁସଲିମ୍ ବିବାହ ବା ନିକାହ୍ ମଧ୍ୟ କରିଥିଲେ ।

ଆମେରିକାରେ ରହୁଥିବା ମୁସଲିମ୍ ଦମ୍ପତି କିୟାମହ୍ ଦିନ୍ ଖଲିଫା ଏବଂ କେଶା ଖଲିଫା ଭାରତ ଭ୍ରମଣରେ ଆସିଥିଲେ । ଏହି ସମୟରେ ମୁସଲିମ୍ ଦମ୍ପତିଙ୍କୁ ହିନ୍ଦୁ ସଂସ୍କୃତି ଏତେ ଆକର୍ଷିତ କଲା ଯେ ଦୁହେଁ ପୁଣିଥରେ ଭୋଳାବାବାଙ୍କୁ ସାକ୍ଷୀ ରଖି ବିବାହ କଲେ । ମନ୍ଦିରର ପୂଜକଙ୍କ କହିବାନୁସାରେ , ଦମ୍ପତିଙ୍କ ବୟସ ୪୦-୪୫ ଭିତରେ ହେବ । ଦୁହେଁ ପୂର୍ବରୁ ବିବାହିତ ଏବଂ ଦୁହିଁଙ୍କ ୯ ସନ୍ତାନ ମଧ୍ୟ ରହିଛି । ତେବେ ଏହି ବିଦେଶୀ ଦମ୍ପତିଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ମୁସଲିମ୍ ଧର୍ମାବଲମ୍ବୀ ହୋଇ କାହିଁକି ହିନ୍ଦୁ ଧର୍ମ ପ୍ରତି ଇଚ୍ଛୁକ ହେବା ନେଇ ପ୍ରଶ୍ନ କରିବାକୁ ଦମ୍ପତି କହିଲେ , ଜୀବନରେ ସବୁ ଥାଇ ବି ଆଧ୍ୟାତ୍ମିକ ଦିଗରେ ଖାଲିପଣ ଆମକୁ ବିରକ୍ତିକର ଦାମ୍ପତ୍ୟ ଦେଉଥିଲା । ଈଶ୍ୱରଙ୍କ ସାନ୍ନିଧ୍ୟ ପାଇବା ପାଇଁ ଆମେ ଭାରତ ଆସିଥିଲୁ ଏବଂ ଏଠିକାର ଆଧ୍ୟାତ୍ମିକ ଚେତନା ଏତେ ଶାନ୍ତିଦାୟକ ଥିଲା ଯେ ପୁନଶ୍ଚ ବିବାହ କରିବାକୁ ମନଶ୍ଚ କରିଥିଲୁ । ବାରାଣାସୀର ଘାଟ-ମନ୍ଦିର ବୁଲିବା ପରେ ,ହିନ୍ଦୁ ସଂସ୍କୃତିକୁ ନିକଟରୁ ଜାଣିବା ପରେ ବିବାହ କରିବାକୁ ମନ ବଳାଇଥିଲୁ ।