କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ଓଡିଶା ମୁସଲିମ୍ ସଂଗଠନର ବିରୋଧ । ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ପିଏମଜିରେ କରାଯାଉଛି ବିକ୍ଷୋଭ । ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ କରି ଏହି ଆନ୍ଦୋଳନ କରୁଛି ମୁସଲିମ ସଂଗଠନ । ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଲାଗୁ ନକରିବା ପାଇଁ ଦାବି କରିଛନ୍ତି । ବହୁ ସଂଖ୍ୟାରେ ମୁସଲିମ ଏହି ରାଲିରେ ଯୋଗ ଦେଇ ବିକ୍ଷୋଭ କରିଛନ୍ତି ।

Advertisment

publive-image

ନାଗରିକତା ସଂଶୋଧନ ଆଇନକୁ ନେଇ ସବୁଆଡେ ପ୍ରତିବାଦ । ଓଡିଶାରେ ବି ଏହାର ବିରୋଧ ଦେଖିବାକୁ ମିିଳିଛି । ମୁସଲିମ ଦଳିତ ସୁରକ୍ଷା ମଂଚ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି । କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ଶତାଧିକ ମୁସଲମାନ ଏକାଠି ହୋଇ ପ୍ରତିବାଦ ଜଣାଇଥିବା ବେଳେ ଆଜି ରାଜଧାନୀରେ ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ କରାଯାଉଛି ବିକ୍ଷୋଭ । ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ହଟାଓ ଦାବିରେ ନାରାବାଜି ମଧ୍ୟ ଦେଇଛନ୍ତି । ଏପଟେ ଆଜି ଭୁବନେଶ୍ୱରରେ ମୁସଲିମ ସଂଘ ପ୍ରତିବାଦ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ଏନଆରସି ଲାଗୁ ନକରିବାକୁ ମଧ୍ୟ ଦାବି କରିଥିଲେ ।