ଏମିତି ଏକ ସ୍ଥାନ ଯେଉଁଠି ତରଭୁଜର କିଲୋପିଛା ଦର ୧୦ହଜାର ଟଙ୍କା ! ଜାଣନ୍ତୁ କଣ ରହିଛି ରହସ୍ୟ ।

75

ଭାରତରେ ଆଜିକାଲି ତରଭୁଜ ଏବଂ ଖରଭୁଜର ଚାହିଦା ଦେଖିବାକୁ ମିଳୁଛିି । ଏହି ରୁତୁରେ ଏହି ଫଳ ଗୁଡିକର ଦାମ  କିଲୋଗ୍ରାମ ପିଛା ୪୦ ରୁ ୮୦ ଟଙ୍କା ବିକ୍ରି ହୋଇଥାଏ । କିନ୍ତୁ ଜାପାନରେ ସମ୍ପୂର୍ଣ୍ଣ ଭାବରେ ଏହାର ବିପରିତ । ଭାରତରେ ୪୦ ରୁ ୮୦ ଟଙ୍କା ଥିବା ବେଳେ ଜାପାନରେ କିଲୋଗ୍ରାମ ପିଛା ୬ ହାଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଜାପାନରେ ଖରଭୁଜକୁ ଏକ ବିଳାଶମୟ ଫଳ ଭାବରେ ବ୍ୟବହାର କରାଯାଇଥାଏ । କେବଳ ଖରଭୁଜ ନୁହେଁ ଜାପାନରେ ମିଳୁଥିବା ସମସ୍ତ ଫଳ ଗୁଡିକର ଦାମ ଖୁବ ଅଧିକ ।

ଭାରତରେ ପରମ୍ପରା ରହିଛି, ଯଦି କୌଣସି ବନ୍ଧୁ ଘରକୁ ଆସନ୍ତି ତେବେ ସେମାନେ ପରମ୍ପରା ଦୃଷ୍ଟିରୁ ମିଠା କିମ୍ବା ଅନ୍ୟାନ୍ୟ ଦାମି ଜିନିଷ ଆଣିଥାନ୍ତି । ସେହିପରି ଜାପାନରେ ବନ୍ଧୁ ଘରକୁ ଆସିଲେ ତରଭୁଜ ଏବଂ ଅନ୍ୟାନ୍ୟ ଫଳ ଆଣି ଆସିଥାନ୍ତି । ଏବେ ଆପଣମାନେ ଭାବୁଥିବେ ଜାପାନରେ ଏପରି କଣ ଅଛି ଯେ, ସେଠାରେ ଫଳ ଦର ଦାମ ଏତେ ଅଧିକ ? ତେବେ ଆସନ୍ତୁ ଜାଣିବା ।

ପ୍ରକୃତରେ ସେଠାକାର କୃଷକ ମାନେ ଫଳର ଆକାରକୁ ନେଇ ବେସ ଧ୍ୟାନ ଦେଇଥାନ୍ତି । ଯଦି ଫଳ ଠିକ ଆକାରର ହୋଇନଥିବ ତେବେ ସେମାନେ ସେହି ଫଳକୁ ବ୍ୟବହାରରେ ଲଗାଇ ନଥାନ୍ତି । ଉଦାହରଣ ସ୍ୱରୁପ ଜାପାନରେ ଖରଭୁଜକୁ ସର୍ବଶ୍ରେଷ୍ଠ ଫଳ ମାନନ୍ତି । ତେଣୁ ଏହାର ଆକାର ସମ୍ପୁର୍ଣ୍ଣ ଭାବରେ ଗୋଲ ହେବା ଆବଶ୍ୟକ । ଯଦି ଏହାର ଆକାରରେ ଟିକେ ଏପଟ ସେପଟ ହୁଏ ତେବେ ଏହା ବ୍ୟବହାର ଉପଯୋଗୀ ରହେନାହିଁ । ଏଥି ସହିତ ଆକାର ଅନୁଯାୟୀ ଓଜନ ମଧ୍ୟ ଠିକ ରହିବା ଆବଶ୍ୟକ । ତେବେ ଏଥିରୁ ସ୍ପଷ୍ଟ ହେଉଛି ଜାପାନରେ ହେଉଥିବା ସବୁ ଖରଭୁଜ ଗୋଲ ହୋଇନଥାଏ । ତେଣୁ ଢେର ସାରା ଖରଭୁଜ ଏବଂ ତରଭୁଜ ଆକାର ଠିକ ନହେବା କାରଣରୁ ନଷ୍ଟ କରିଦିଆଯାଏ । ଯାହା ଫଳରେ ଏହି ଫଳ ଗୁଡିକର ଦର ଦାମ ଅଧିକ ହୋଇଥାଏ । ବେଳେ ବେଳେ ଏପରି ମଧ୍ୟ ଶୁଣାଯାଇଛି ଯେ, ଜାପାନରେ ଏହି ମୂଲ୍ୟବାନ ଫଳକୁ ନେଇ ନିଲାମ ମଧ୍ୟ ଡକାଯାଇଥାଏ । ନିଲାମରେ ଡକାଯାଉଥିବା ତରଭୁର ଓ ଖରଭୁଜର ଦାମ ଏତେ ଅଧିକ ହୋଇଥାଏ କି ସେହି ଦାମରେ ଭାରତର ଚାଷି ଏକର ଏକର ଜମିରେ ଏହି ଫଳ ଉତ୍ପାଦନ କରିପାରିବେ ।