ବିଶ୍ୱର ସବୁଠୁ ବଡ଼ ଧନୀ କିଏ? ବିଟ କଏନରେ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇ ଦୁଇ ନମ୍ବର ସ୍ଥାନକୁ ଖସିଲେ ମସ୍କ ।

184

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ଧନୀ କିଏ ? ଏନେଇ ଯେମିତି ଲୁଚକାଳି ଚାଲିଛି । ଏଲନ ମସ୍କ ପୁଣି ଥରେ ଧନୀ ତାଲିକାର ଦୁଇ ନମ୍ବରକୁ ଆସିଯାଇଥିବା ବେଳେ ଆମାଜନ ମୁଖ୍ୟ ଜେଫ ବେଜାସ୍ ଏକ ନମ୍ବର ଧନୀ ପାଲଟିଛନ୍ତି । ଟେସଲା କମ୍ପାନୀ ମୁଖ୍ୟ ଏଲନ ମସ୍କ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇବା ପରେ ଦୁଇ ନମ୍ବରକୁ ଖସି ଆସିଛନ୍ତି । ମସ୍କଙ୍କ ପାଖରେ ଏବେ ୧୮୩ ବିଲିୟନ ଡଲାର ସମ୍ପତି ଥିବା ବେଳେ ଜେଫ ବେଜାସଙ୍କ ସମ୍ପତି ୧୮୬ ବିଲିୟନ ଡଲାର ।

ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାରଙ୍କ ମଧ୍ୟରେ ପ୍ରଥମରେ ରହିଥିଲେ ଏଲନ ମସ୍କ । ଆମେରିକାର ନାଗରିକ ଏଲନ ମସ୍କଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ । ବୃତିରେ ଜଣେ ଇଂଜିନିୟର । ବୟସ ଏବେ ୪୯ ବର୍ଷ । ଉପଗ୍ରହ ଉତକ୍ଷେପଣ ବ୍ୟବସାୟ ସହିତ ଜଣାଶୁଣା କାର କମ୍ପାନୀ ଟେସଲାର ମାଲିକ ହେଉଛନ୍ତି ସେ ।