ଧନୀ ତାଲିକାରେ ଖସିଲେ ଏଲନ୍ ମସ୍କ , ଗୌତମ ଅଦାନୀ । ୨୪ ଘଣ୍ଟା ମଧ୍ୟରେ ହରାଇଲେ ଶହଶହ କୋଟି ।

Advertisment
ଧନୀ ତାଲିକାରେ ଖସିଲେ ଏଲନ୍ ମସ୍କ , ଗୌତମ ଅଦାନୀ । ୨୪ ଘଣ୍ଟା ମଧ୍ୟରେ ହରାଇଲେ ଶହଶହ କୋଟି ।

କନକ ବ୍ୟୁରୋ: ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆମରିକା ସମେତ ବିଶ୍ୱର ଷ୍ଟକ୍ ମାର୍କେଟଗୁଡିକ୍ର ମଧ୍ୟ କିଛି ଦିନ ହେବ ହ୍ରାସ ପରିଲକ୍ଷିତ ହେଉଛି । ସେୟାର ମୂଲ୍ୟ ହ୍ରାସ ଯୋଗୁଁ ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୫୫ ବିଲିୟନ୍ ଡଲାରରୁ ଅଧିକ ହ୍ରାସ ପାଇଛି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବଂ ଭାରତ ତଥା ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ସବୁଠୁ ଅଧିକ କ୍ଷତି ସହିଥିବା ଜଣାପଡିଛି ।

ଫୋର୍ବସର ରିଅଲ ଟାଇମ୍ ବିଲିଓନାୟାର ତାଲିକା ଅନୁଯାୟୀ, ବିଶ୍ୱର ୧୦ଜଣ ଧନୀ ବ୍ୟକ୍ତି ଗତ ୨୪ ଘଣ୍ଟା ମଧ୍ୟରେ ୫୫ ବିଲିୟନ ଡଲାରରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି । ଏହି ସମୟ ମଧ୍ୟରେ ଟେସଲାର ମାଲିକ ଏଲନ୍ ମସ୍କ ସର୍ବାଧିକ ୧୮,୭ ବିଲିୟନ୍ ଡଲାରର କ୍ଷତି ସହିଥିବାବେଳେ ତାଙ୍କ ନେଟ୍ ସମ୍ପତ୍ତିର ମୂଲ୍ୟ ୨୩୭.୧ ବିଲିୟନ୍ ଡଲାରକୁ ଖସିଆସିଛି ଏହା ପୂର୍ବରୁ ତାଙ୍କର ସମ୍ପତ୍ତି ୩୦୦ ବିଲିୟନ୍ ଡଲାର ଅତିକ୍ରମ କରିଥିଲା ମସ୍କଙ୍କ ପରେ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ ଭାରି ମାତ୍ରାରେ କ୍ଷତି ସହିଛନ୍ତି । ଆଦାନୀ ଗ୍ରୀନ୍ ଏନର୍ଜି ଓ ଅଦାନୀ ଟ୍ରାନ୍ସମିସନର ସମ୍ପତ୍ତି ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଦାନୀଙ୍କ ସମ୍ପତ୍ତି ୧୧.୬ ବିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡିଛି । ଏହାସହ ଅଦାନୀ ଧନୀ ତାଲିକାର ଶ୍ରେଷ୍ଠ ୫ତମ ସ୍ଥାନରୁ ଖସି ଷଷ୍ଠ ସ୍ଥାନକୁ ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe