ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

92

କନକ ବ୍ୟୁରୋ : ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ବିଶିଷ୍ଟ ଗାୟିକା ଗିରିଜାଦେବୀଙ୍କ ସେ ଆସୋସିଏଟ ଥିଲେ । ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା । ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥି କାମ କରିଥିଲେ । ପ୍ରସିଦ୍ଧ ଗାୟକ ମାନାଦେଙ୍କ ଗୀତଗୋବିନ୍ଦଙ୍କୁ ସେ ରେକର୍ଡ କରିଥିଲେ । ଆଦିବାସୀ ସଙ୍ଗୀତରେ ବି ତାଙ୍କର ପ୍ରମୁଖ ଭୂମିକା ଥିଲା ।