ଖାଣ୍ଟି ଓଡ଼ିଆ ଗୀତର ଅନନ୍ୟ ଅନୁଭୂତି ଦେବାକୁ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ପ୍ରୟାସ । ଓଲିଉଡର ୧୫ ଜଣ ସୁନାମଧନ୍ୟ କଣ୍ଠଶିଳ୍ପଙ୍କୁ ନେଇ ରେକର୍ଡ କଲେ ଗୀତ ।

50

କନକ ବ୍ୟୁରୋ : ଓଡିଆଙ୍କ ଅସ୍ମିତାକୁ ନେଇ ଗୀତ । ଓଲିଉଡ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଭିବ ଓଡିଶାର ପରମ୍ପରା, ଭାଷା ଓ ସଂସ୍କୃତି ଓ ପରମ୍ପରାର ସଙ୍ଗୀତ । ଓଡିଶା ଓ ଓଡିଆଙ୍କୁ ନେଇ ଏକ ଭିନ୍ନ ଧରଣର ଗୀତ ପ୍ରସ୍ତୁତ କରାଯାଇଛି । ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ, ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦ ।

ଏହି ଗୀତକୁ ଗାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଆଗଧାଡିର ୧୫ଜଣ କଣ୍ଠଶୀଳ୍ପ । ଗୀତର ବୋଲ ରହିଛି ଏ-ମାଟି ଓଡିଶା, ଏ-ଜାତି ଓଡିଆ । ଏହି ଗୀତକୁ ଭୁବନେଶ୍ୱର ନିଳାଦ୍ରୀବିହାରରେ ଥିବା ସୌମେଶ ଷ୍ଟୁଡିଓରେ ରେକର୍ଡିଂ କରାଯାଇଛି । ହ୍ୟୁମାନ ସାଗର, ଅନନ୍ୟାଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର ଆଦି ଗାୟକ ଗୀତଟିକୁ ଗାଇଛନ୍ତି । ଖୁବ ଶୀଘ୍ର ଏହା ଲଂଚ ହେବ ବୋଲି ସୂଚନା ମିଳିଛି ।