କାନ୍ଦୁଛି କଳାକାର, ଝୁରୁଛି ଓଡ଼ିଶା । ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

170

କନକ ବ୍ୟୁରୋ: ଯେଉଁ ଗୀତଟି କୁନି ପିଲା କାନରେ ବାଜିଲା, ମାତ୍ରେ ଆପଣା ଛାଏଁ ଶୋଇ ଯାଉଥିଲା । ସେଇ ଗୀତର ସଂଗୀତ ନିର୍ଦ୍ଦେଶକ ଆଜି ନିଜେ ସବୁ ଦିନ ପାଇଁ ଶୋଇଯାଇଛନ୍ତି । ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି ବିଚକ୍ଷଣ ସଂଗୀତ ସ୍ରଷ୍ଟା ଅମରେନ୍ଦ୍ର ମହାନ୍ତି ।—ପୁଚୁକି ଗାଲି ସଙ୍ଗ-ଓଡ଼ିଆ ସିନେମା ଯେତେବେଳେ ଶୀଖରରେ ଥିଲା, ଓଡ଼ିଆ ଫିଲ୍ମ ଓ ଗୀତକୁ ନେଇ ଯେତେବେଳେ ପ୍ରତିଟି ଓଡିଆ ଝୁମି ଉଠୁଥିଲା, ସେଭଳି ଏକ ସମୟରେ ଗୀତ ଓ ସଂଗୀତକୁ ନେଇ ଏକ ନୂଆ ସ୍ୱାଦ ପରସି ଦେଉଥିଲେ ଅମରେନ୍ଦ୍ର ମହାନ୍ତି ।-ବାଇଟ: ଅଭିଜିତ ମଜୁମଦାର, ସଂଗୀତ ନିର୍ଦ୍ଦେଶକ

ଗୀତର ପ୍ରତିଟି ଦିଗକୁ ଛୁଇଁ ଥିଲେ ଅମରେନ୍ଦ୍ର ମହାନ୍ତି । ତାଙ୍କ ସଂଗତ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏମିତି କିଛି ରୋମାନ୍ଟିକ୍ ଗୀତ ଅଛି, ଯାହା ହୁଏତ ଓଡ଼ିଶା ସିନେମାର ଗୋଟିଏ ଲେଖାଏଁ ସର୍ବକାଳୀନ ରୋମାନ୍ଟିକ୍ ସଙ୍ଗ୍ ।—ମୋର ମନ ଉଡ଼ିଯାଏରେ—ସୁନା ପଞ୍ଜୁରୀ, ଅଂଟିଛୁରୀ ତଂଟିକାଟେ, ସ୍ତ୍ରୀ, ଭାଇହେଲା ଭଗାରୀ, ଇଏ ଏମିତି ଗୋଟିଏ ଲେଖାଏଁ ସିନେମା ଯାହା ଓଡ଼ିଆ ଇଣ୍ଡଷ୍ଟ୍ରିକୁ ରୁଦ୍ଧିମନ୍ତ କରିଛି । ଯାହା ପଛରେ ରହିଛି ଅମରେନ୍ଦ୍ର ମହାନ୍ତିଙ୍କ ବଡ଼ ଅବଦାନ ।

ମହାମାରୀ କେତେ ପରିଚିତଙ୍କୁ ଆମଠୁ ଛଡେଇ ନେଇଛି । ଅମେରେନ୍ଦ୍ର ମହାନ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ୩ଦିନ ଧରି ଭେଂଟିଲେଟର ରହିବା ପରେ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ଓଡ଼ିଶାର ଖ୍ୟାତାନାମା ସଂଗୀତ ନିର୍ଦ୍ଦେଶକ ।

କେନ୍ଦ୍ରାପଡ଼ା ଜିଲ୍ଲାର ମୁଳ ବାସିନ୍ଦା ଅମରେନ୍ଦ୍ର ମହାନ୍ତି କଟକରେ ଅବସ୍ଥାପିତ ହୋଇ ଓଡ଼ିଆ ସଂଗୀତ ଜଗତରେ ଏକ ନୂଆ ପରିଚୟ ତିଆରି କରିଥିଲେ । ଅମରେନ୍ଦ୍ର, ଅକ୍ଷୟ ମହାନ୍ତିଙ୍କୁ ସବୁବେଳେ ତାଙ୍କ ଆଦର୍ଶ ଭାବେ ମାନୁଥିଲେ ।