କନକ ବ୍ୟୁରୋ: ଜଣେ ଅମୂଲ୍ୟ ରତ୍ନଙ୍କୁ ହରାଇଛି ଦେଶ । କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ପରଲୋକ ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ । ତାଙ୍କର ଦେହାନ୍ତରେ ସାରା ବିଶ୍ୱବାସୀ ଜଣାଉଛନ୍ତି ଶ୍ରଦ୍ଧାଂଜଳି । ଯଦିଓ ତାଙ୍କର ସ୍ୱର ହିଁ ତାଙ୍କର ଚିର ଶାଶ୍ୱତ ପରିଚୟ ହେଲେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ତାଙ୍କ ନାଁରେ ପ୍ରତିବର୍ଷ ଦିଆଯିବ ସଙ୍ଗୀତ ଭିତ୍ତିକ ପୁରସ୍କାର । ଏହାସହ ଲତାଙ୍କ ନାଁରେ ପ୍ରତିଷ୍ଠା ହେବ ସଂଗ୍ରହାଳୟ ଓ ସଙ୍ଗୀତ ଏକାଡେମୀ ଓ ମହାବିଦ୍ୟାଳୟ । ଏହାସହ ଇନ୍ଦୋରରେ ଲତାଜୀଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ । ଏପରି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ।
लता जी का जन्म इंदौर में हुआ था। हमने फैसला किया है कि इंदौर में लता जी के नाम से संगीत अकादमी स्थापित की जाएगी। संगीत महाविद्यालय, जहां बच्चे सुरों की साधना कर सकेंगे। संग्रहालय स्थापित होगा जिसमें उनके सभी गीत उपलब्ध रहेंगे।#LataMangeshkarpic.twitter.com/xgsjulcZ4H
— Shivraj Singh Chouhan (@ChouhanShivraj) February 7, 2022
ରବିବାର ଲତା ଦିଦି ୯୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଲରେ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ସେ ଲତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ରୋପଣ ହେଉଥିବା ପଡ଼ିଆରେ ସେ ଲତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ମଧ୍ୟ ପ୍ରକାଶ କରିଥିଲେ।
ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଲତାଜୀ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ସ୍ଥାନ ସହ ତାଙ୍କର ଅନେକ ସ୍ମୃତି ରହିଛି। ତାଙ୍କ ସ୍ମୃତିରେ ଆମେ ଇନ୍ଦୋର ଠାରେ ଗୋଟିଏ ମ୍ୟୁଜିକ ଏକାଡେମୀ, ଗୋଟିଏ ସଂଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବୁ। ସେହିପରି ପରବର୍ତ୍ତୀ ପିଢ଼ିଙ୍କୁ ତାଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଇନ୍ଦୋରରେ ଗୋଟିଏ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/l.jpg)