ଦିନେ ଜଙ୍ଗଲରୁ ମହୁଲ ଓ ଚାର ସଂଗ୍ରହ କରି ଜୀବୀକା ନିର୍ବାହ କରୁଥିଲେ, ଏବେ ଏସଏଚଜି ଗ୍ରୁପ୍ ଗଠନ କରି କରୁଛନ୍ତି ଛତୁ ଚାଷ

75

କନକ ବ୍ୟୁରୋ : ପୂର୍ବରୁ ଘର କାମ କରି ସମୟ ବିତୁଥିଲା । ମହୁଲ ଓ ଚାର ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିଛି ରୋଜଗାର କରୁଥିଲେ । ଏବେ ଏସଏଚଜି ଗ୍ରୁପ୍ ଗଠନ କରି ରୋଜଗାର କରିବାର ନୂଆ ନୂଆ ବାଟ ବାଛୁଛନ୍ତି ମହିଳା । ଆଉ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି । ସେହିପରି ସମ୍ବଲପୁର ଯୁଯୁମୁରା ବ୍ଲକ ଗଡ଼ଲୋଇସିଂ ଗାଁର ଏସଏଚଜି ମହିଳା ମାନେ ଚାଷକୁ ବୃତି ଭାବେ ଗ୍ରହଣ କରିଛନ୍ତି । ୩ଟି ଏସଏଚଜି ଗ୍ରୁପ୍ ମିଶି ଛତୁ ଚାଷ କରୁଛନ୍ତି । ଛତୁ ଚାଷ ପାଇଁ ଛଣକୁ କାଟିବା, ବେଡ଼ ପ୍ରସ୍ତୁତ କରିବା ଏବଂ ପାଣିରେ ଛଣ ବୁଡ଼ାଇବା ଭଳି କାମ କରୁଛନ୍ତି । ଛତୁ ଚାଷ ପ୍ରଣାଳୀ ଅନୁସାରେ ବେଡ଼ ପକାଇ ଛତୁ ସଂଗ୍ରହ କରୁଛନ୍ତି । ଏହାକୁ ବଜାରରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି ।

ଧାନ ଚାଷ ପରେ ବିଲରୁ ନଡ଼ା ସଂଗ୍ରହ କରି ବର୍ଷକର ଛତୁ ଚାଷ ପାଇଁ ସାଇତି ରଖନ୍ତି । ପୂର୍ବରୁ ମହୁଲ ଗୋଟାଇବା ପାଇଁ ନଡ଼ାରେ ନିଅାଁ ଲଗାଇ ଦିଆଯାଉଥିଲା । ଜଙ୍ଗଲ ମଧ୍ୟ ନଷ୍ଟ ହେଉଥିଲା   । କିନ୍ତୁ ଏବେ ନଡ଼ା ଗୁଡ଼ିକ ମହିଳା ମାନେ ନିଜେ ସଂଗ୍ରହ କରୁଛନ୍ତି । ଏବଂ ଛତୁ ଚାଷ କରୁଛନ୍ତି । ନିଜେ ଚାଷ କରିବା ସହ ଅନ୍ୟ ମହିଳା ମାନଙ୍କୁ ମଧ୍ୟ ଏହି ମହିଳା ମାନେ ତାଲିମ ଦେଉଛନ୍ତି ।

ଛତୁ ଚାଷ କରି କିଛି ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁର ଗଡ଼ଲୋଇସିଂ ଗାଁର ଏସଏଚଜି ମହିଳା ।