ଛତୁ ଚାଷ ଯୋଗାଇଛି ରୋଜଗାର । ରାଜକନିକାରେ ମାବୁଢି ଜାଗୁଳାଇ ଛତୁ ଫାର୍ମ ଛତୁ ଚାଷୀଙ୍କୁ ରୋଜଗାର ସହ ଅନ୍ୟ କେତେକଙ୍କୁ ଦେଇଛି ନିଯୁକ୍ତି, କରାଯାଇଛି ପ୍ରାୟ ୨ ହଜାର ବେଡ ଛତୁଚାଷ ।  

166

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାରମାନିଛି ସବୁକିଛି । ମାବୁଢି ଜାଗୁଳାଇ ଛତୁ ଫାର୍ମ ନାମରେ ଛତୁଚାଷ କରି ପ୍ରମୋଦ କୁମାର ସିଂ ୬ଜଣ ପିଲାଙ୍କୁ ନିଯୁକ୍ତି ଦେବା ସହ ୨୦୦୦ ବେଡ ଛତୁଚାଷ କରି ଆଳି, ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା ଜିଲ୍ଲା ସହ ରାଉଲକେଲାକୁ ଯୋଗାଇଥାନ୍ତି ଛତୁ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ନିଯୁକ୍ତି ।

ଏହି ଛତୁ ଫାର୍ମରେ ପ୍ରାୟ ୨ ହଜାର ବେଡ୍ ଛତୁଚାଷ କରାଯାଉଛି । ଏଠାରେ ୫ ଜଣଙ୍କୁ ନିଯୁକ୍ତି ମିଳିଛି । ସକାଳୁ ଆସି ନଡାକୁ ସାଇଜ କରି କାଟି ତାକୁ ଓଦା କରିବା ସହ ବେଡରେ ନେଇ ବିଛାଇଥାନ୍ତି । ସେହି ନଡା ଉପରେ ଛତୁମଞ୍ଜି ପକାଇ ପାଣି ସ୍ପ୍ରେ କରିବା ସହ ପଲଥିନ ଘୋଡାଯାଇଥାଏ । ପରେ ଏହି ଛତୁକୁ ଅମଳ କରାଯାଇ କେନ୍ଦ୍ରାପଡା, ଭଦ୍ରକ ଓ ରାଉଲକେଲା ଆଦି ସ୍ଥାନକୁ ପଠାଯାଏ । ହେଲେ କରୋନା କାଳରେ ଏହି ଛତୁ ବ୍ୟବସାୟ ପ୍ରଭାବିତ ହୋଇଛି । ଗୋଟିଏ ସମୟରେ ଏଠାରେ ୧୪ ଜଣ ପିଲା କାମ କରୁଥିଲେ, ହେଲେ ଏବେ ୫ ଜଣ କାମ କରୁଛନ୍ତି ।

ଏହି ଛତୁ ଫାର୍ମରେ ପ୍ରତିଦିନ ୩୦ ରୁ ୪୦ କେଜି ଛତୁ ଉତ୍ପାଦନ ହେଉଛି । ହେଲେ ସବୁ ଛତୁ ବିକ୍ରି ହେବା କଷ୍ଟକର ହେଉଛି । ବେପାରିମାନେ କମ୍ ଛତୁ ନେଉଥିବା ବେଳେ ଆଉ କିଛି ଛତୁ ନଷ୍ଟ ହେଉଥିବା କଥା ମଧ୍ୟ କହିଛନ୍ତି ଛତୁଚାଷୀ ।