ଭୁବନେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପୁଜୀନଗରରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ; ଛିଣ୍ଡିଲା ଆଙ୍ଗୁଠି

Advertisment
ଭୁବନେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପୁଜୀନଗରରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ; ଛିଣ୍ଡିଲା ଆଙ୍ଗୁଠି

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହାଣିଲେ ଦୁବୃର୍ତ । ବାପୁଜୀନଗର ଅଂଚଳରେ ଯୁବକଙ୍କୁ ଏପରି ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ବାପୁଜୀ ନଗର ଚିକେନ୍ ଦୋକାନ ନିକଟରେ ଘଟିଛି ଏପରି ଘଟଣା । ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ ପି ନରସିଂହ ବୋଲି ଜଣାପଡିଛି । ମାରଣାସ୍ତ୍ର ଆକ୍ରମଣରେ ତାଙ୍କର ଅଙ୍ଗୁଠି ଛିଡି ଯାଇଛି । ବାପୁଜୀନଗର ନିକଟ ରଡ ଗୋଦାମ ବସ୍ତିରେ ଏହି ଘଟଣା ଘଟିଛି । ଗୋଟିଏ ପଟେ ରାଜଧାନୀରେ କୋଭିଡ କଟକଣା ଲାଗୁ ରହିିଥିବା ବେଳେ ବସ୍ତି ଅଂଚଳରୁ ଆସିଛି ଏପରି ମରଣାନ୍ତକ ଆକ୍ରମଣର ଖବର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe