ଡାକ୍ତର ଯଦି ଏମିତି ହେବେ ଲୋକ ବିଶ୍ୱାସ କରିବେ କାହାକୁ ? ପଇସା ଲୋଭରେ ମା’ କୋଳ ଶୂନ୍ୟ କଲେ ଦୁଇ ପିଶାଚ ଡାକ୍ତର ।

Advertisment
ଡାକ୍ତର ଯଦି ଏମିତି ହେବେ ଲୋକ ବିଶ୍ୱାସ କରିବେ କାହାକୁ ? ପଇସା ଲୋଭରେ ମା’ କୋଳ ଶୂନ୍ୟ କଲେ ଦୁଇ ପିଶାଚ ଡାକ୍ତର ।

Source : Dailyhunt

ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିଧି ଖାରେ ଇତଖୋରି ବ୍ଲକର ଦୁଇ ଡାକ୍ତରଙ୍କୁ ବୁକ୍ କରାଇବାକୁ ଚତ୍ରା ସିଭିଲ୍ ସର୍ଜନଙ୍କୁ କହିଛନ୍ତି। ଦୁଇ ଡାକ୍ତର ଜଣେ ନବଜାତ ପୁତ୍ରର ଯୌନାଙ୍ଗ କାଟି ପକାଇବାରୁ ତା’ର ମୃତ୍ୟୁ ହୋଇଥିବା ବିଷୟ ଅଭିଯୋଗ ହେଉଛି। ଚତ୍ରା ଜିଲ୍ଲା ଇଟଖୋରି ଅନ୍ତର୍ଗତ ଜୟ ପ୍ରକାଶ ନଗରବାସିନୀ ଅନ୍ତଃସତ୍ତ୍ୱା ଗୁଡ଼ିଆ ଦେବୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ବେଳେ ମଙ୍ଗଳବାର ରାତିରେ ଓମ୍ କ୍ଲିନିକରେ ଉକ୍ତ ନବଜାତକର ମୃତ୍ୟୁ ଘଟିଥିଲା। ଚତ୍ରା ପୁଲିସ କହିବା ଅନୁସାରେ, ରୋଗୀ ଠାରୁ ଅଧିକ ପଇସା ଝଡ଼ାଇବା ଆଶାରେ ଡାକ୍ତରମାନେ କହିଥିଲେ, ଅଲ୍ଟ୍ରାସାଉଣ୍ଡ୍ କରାଯିବା ପରେ ସିଜେରିଆନ୍ କରାଯାଇ ପିଲାଟିକୁ ଜନ୍ମ କରାଇବାକୁ ପଡ଼ିବ। ମିଛ ପରୀକ୍ଷା କରାଇ ଦୁଇ ଡାକ୍ତର ଝିଅ ହେବାର ସୁଚନା ଦେଇଥିଲେ । କିନ୍ତୁ, ଗୁଡ଼ିଆ ଦେବୀଙ୍କ ପୁଅଟିଏ ଜନ୍ମ ହେବାରୁ ଦୁଇ ଡାକ୍ତର ନବଜାତର ଯୌନାଙ୍ଗ କାଟି ପକାଇଲେ। ପରେ ପ୍ରସୂତିଙ୍କୁ କୁହାଗଲା ବିକଳାଙ୍ଗ ହୋଇ ଜନ୍ମିଥିବା ଝିଅଟି ମରିଗଲା।

ଡାକ୍ତରଙ୍କ ଜବାବରେ ଅସନ୍ତୁଷ୍ଟ ରୋଗୀ ବୁଧବାର ସକାଳେ ଥାନାରେ ଅଭିଯୋଗ କଲେ। କିନ୍ତୁ ପୁଲିସ ଥାନାରେ ପହଞ୍ଚିବା ପୂର୍ବରୁ ଦୁଇ ଡାକ୍ତର ଉକ୍ତ ସ୍ଥାନରୁ ଫେରାର ହୋଇ ଯାଇଥିଲେ। ଆଇପିସି ଧାରା ୩୦୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଚାଲୁ ରହିଛି। ଖାରେ ଚତ୍ରା ସିଭିଲ୍ ସର୍ଜନଙ୍କୁ କହିଛନ୍ତି କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆକ୍ଟ, ପ୍ରିକନସେପସନ୍ ଏବଂ ପ୍ରିନାଟାଲ୍ ଡାଇଗ୍ନୋଷ୍ଟିକ୍ ଟେକ୍ନିକସରେ ଦୁହିଁଙ୍କୁ ବୁକ୍ କରନ୍ତୁ। ଦୁହେଁ ଡିଗ୍ରୀଧାରୀ ଡାକ୍ତର ନକଲି କି ନାହିଁ ତାହା ଅବଶ୍ୟ ଜଣା ପଡ଼ିନାହିଁ।

ଖାରେଙ୍କ କହିବାନୁସାରେ ଏହା ଗୋଟାଏ ଭୟାବହ ଅପରାଧ। ବିଭିନ୍ନ ଆଇନ୍ ଅନୁସାରେ ଏହି ମାମଲା ପାଇଁ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ମୁଁ ସିଭିଲ୍ ସର୍ଜନଙ୍କୁ କହିଛି। ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟରୁ ଲିଙ୍ଗ ନିରୂପଣ ପରୀକ୍ଷା ଉଠାଇ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା କଥା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe