କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଏଦୀ ଫେରାର । ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି କଏଦୀ ଅର୍ଜୁନ ମୁଣ୍ଡା ।

Advertisment

ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ମାମଲାରେ ସଜା କାଟୁଥିଲା ଅର୍ଜୁନ । ଅସ୍ତ୍ରୋପଚାର ପରେ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ବେଳେ ଜେଲ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ କଏଦୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଅଭିଯୋଗ ପରେ ଫେରାର କଏଦୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପୋଲିସ ।