କନକ ବ୍ୟୁରୋ: ଗୁଣି ଗାରେଡି ସନ୍ଦେହରେ ହତ୍ୟା । ଗୁଣି ଗାରେଡି କରିଥିବା ସନ୍ଦେହରେ ବୌଦ୍ଧ ତିଳପଙ୍ଗା ଗାଁର ଚାଷୀ ମଧୁ କହଁରଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଣି ଗାରେଡି କରୁଥିବା ମଧୁଙ୍କ ପାଖକୁ ଅନେକ ଲୋକ ସେମାନଙ୍କ ସମସ୍ୟା ନେଇ ଆସୁଥିଲେ ।

କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିିଙ୍କ ମୃତ୍ୟୁ ହୋଇଥିଲା । ମଧୁ ଗୁଣି ଗାରେଡି କରି ହତ୍ୟା କରିଥିବା ସନ୍ଦେହ କରି ପରିବାର ଲୋକ ଗତ ନଭେମ୍ବର ୨୯ ତାରିଖରେ ଅପହରଣ କରିନେଇଥିଲେ । ରାତିରେ ଏକ ନିଛାଟିଆ ସ୍ଥାନକୁ ନେଇ ମଦ ପିଆଇବା ପରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ । ଡିଡିଙ୍ଗାପଦା ଗାଁ ଜଙ୍ଗଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧା କରାଯାଇଥିଲା ।