ମୁଣ୍ଡବିହୀନ ମର୍ଡର ମିଷ୍ଟ୍ରୀ: କିଏ ଏହି ପୁଷ୍ପଲତା? ପଢ଼ନ୍ତୁ…କଟାମୁଣ୍ଡର ପୂରା କାହାଣୀ

285

କନକ ବ୍ୟୁରୋ: ଖୋଲିଲା କଟାମୁଣ୍ଡ କାହାଣୀର ରହସ୍ୟ । ବିବାହ ବିବାଦରୁ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିଥିବା ଖୁଲାସା । ବର୍ବର ହତ୍ୟାକାଣ୍ଡର ପୂରା ଖୁଲାସା କଲେ କମିଶନରେଟ୍ ପୋଲିସ୍ । ମୃତକ ମହିଳା ଜଣକ ପୁଷ୍ପଲତା ରାଉଳ, ସେ ମଞ୍ଚେଶ୍ୱର ଧିରକୁଟ ବସ୍ତିରେ ରହୁଥିଲେ । ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ଓ ତାଙ୍କ ନାମ ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା କମିସନରେଟ ପୁଲିସ ସୂଚନା ଦେଇଛନ୍ତି ।

ତେବେ ପ୍ରଥମ ବିବାହ ବିଚ୍ଛେଦ ପରେ ମହିଳା ଜଣକ ଭରତପୁର ଅଂଚଳରେ ଏକ ଘର କରି ସଂଜୟଙ୍କ ସହ କିଛି ଦିନ ରହିଥିଲେ । ଏହାପରେ ପ୍ରୀତିରଂଜନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ । ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ସହ ମହିଳାଙ୍କ ତଂଟି ଚିପି ହତ୍ୟା କରିଥିଲା ସଂଜୟ । ନିଜର ସହଯୋଗୀ ସହ ଏକ ଗାଡିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡି ଦେଇଥିଲେ । ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ ।

ଉଭୟ ସଞ୍ଜୟ-ଚନ୍ଦୁ ଆଇଗିଣିଆ ବଜାରରୁ ଛୁରୀ, ଗ୍ଲୋଭସ୍ କିଣିଥିଲେ । ଏହାପରେ ବିଳମ୍ବିତ ରାତିରେ ବସ୍ତିରେ ପୁଷ୍ପଲତାକୁ ହତ୍ୟା କରି ମୁଣ୍ଡକୁ କାଟିଦେଇଥିଲେ । ପରେ ହତ୍ୟାକାଣ୍ଡ ଭିଆଇ ଦଶପଲ୍ଲାରେ ଯାଇ ଲୁଚିଥିଲେ ଏବେ ବୋଲେରୋ ଗାଡ଼ି, କଟାମୁଣ୍ଡ ଅନ୍ୟ ସବୁ ହତ୍ୟାସାମଗ୍ରୀ ଜବତ କରାଯାଇଛି ।