କଟକରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ । ମଦ ମାଫିଆ ହାଡିଆକୁ ସଂଘବଦ୍ଧ ଆକ୍ରମଣ, ଘଟଣାସ୍ଥଳରେ ମୃତ୍ୟୁ

148

କନକ ବ୍ୟୁରୋ : ବୁଧବାର ବିଳମ୍ବିତ ରାତିରେ କଟକରେ ନିର୍ମମ ହତ୍ୟାକାଣ୍ଡ । ସହରର ଦୁର୍ଦ୍ଦାନ୍ତ ଅପରାଧୀ ତଥା କୁଖ୍ୟାତ ମଦ ମାଫିଆ ପ୍ରକାଶ ବେହେରା ଓରଫ ହାଡିଆକୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସତୀଚଉରା ନିକଟ ଇପ୍ସାର ଗଡା ନିକଟରରେ ହାଡିଆକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ।

ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସଂପର୍କରେ ଜଣାପଡିବା ପରେ ବିଡାନାସୀ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିଛି । ପ୍ରାଥମିକ ତଦନ୍ତରୁ ପୁଲିସ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ମୁଖ୍ୟ କାରଣ ଥିବା ସନ୍ଦେହ କରୁଛି । କଟକର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି ।