ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ । ଦିନ ଦ୍ୱିପହରରେ ଖଣ୍ଡା ଧରି ମିଠା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ସବୁ ଦେଖିଲା ସିସିଟିଭି । ଭଲ ମିଠା ବନାଉଥିବାରୁ ଭୟଙ୍କର ହତ୍ୟା ।

1,544

କନକ ବ୍ୟୁରୋ: ସ୍ପଷ୍ଟ ଦିବାଲୋକରେ ଗଡ଼ିଲା ମୁଣ୍ଡ । ରାଜଧାନୀ ରାଜରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର କାହାରିବକୁ ବି ଭୟଭୀତ କରିବ, ଆତଙ୍କିତ କରିବ । ଲମ୍ବା ଖଣ୍ଡାଟିଏ ଧରି ଗୋଡ଼ାଉଛି ଦୁର୍ବୃତ ଏବଂ ଜୀବନ ବିକଳରେ ଧାଉଁଛି ଆଉ ଜଣେ ବ୍ୟକ୍ତି । ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଲୋକଙ୍କ ସାମ୍ନାରେ ଘଟିଥିଲା ଏହି ଘଟଣା । ଗୋଡାଇ ଗୋଡାଇ ହାଣିବାକୁ ଉଦ୍ୟମ କରିବାରେ ବିଫଳ ହେବା ପରେ ବାଇକରେ ଖଣ୍ଡା ଧରି ଗୋଡ଼ାଇଥିଲେ ଦୁର୍ବୃତ । ଆଉ ଏହାର କିଛି ସମୟରେ ଯେଉଁ ଚିତ୍ର ଆସିଲା, ତାହା ଚକିତ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଆଖି ବୁଜି ଦେଇଛନ୍ତି ମିଠା କାରିଗର ଜମ୍ମୁ ସାହୁ ।

ମୃତ ଜମ୍ମୁ ସାହୁଙ୍କ ଅଭିଯୋଗ ଅନୁସାରେ, ମିଠା ଦୋକାନକୁ ନେଇ କିଛି ଦିନ ହେଲା ଦୁଇ ଦୋକାନୀଙ୍କ ମଧ୍ୟରେ ଶତ୍ରୁତା ଥିଲା । ପୂର୍ବରୁ ଏହାକୁ ନେଇ ଗଣ୍ଡଗୋଳ ହେବା ପରେ ପୁଲିସକୁ ଅବଗତ ମଧ୍ୟ କରାଯାଇଥିଲା । ସେହି ସମୟରେ ବୁଝାବୁଝି ପରେ ସ୍ଥିତି ଶାନ୍ତପଡ଼ିଥିଲା । ହେଲେ, ଆଜି ସବୁ ସୀମା ଟପିଯାଇଥିଲା ଯେତେବେଳେ ଦୁଇ ଜଣ ବ୍ୟକ୍ତି ଖଣ୍ଡାଧରି ଜମ୍ମୁ ସାହୁଙ୍କୁ ମାରିବା ପାଇଁ ଗୋଡାଇଥିଲେ ।
ମୃତ ବ୍ୟକ୍ତିଙ୍କ ପତ୍ନୀ ବଳରାମ ବେହେରା ଓ ଦିଲୁ ବେହେରାଙ୍କ ନାଁ ନେଇଛନ୍ତି । ଏପଟେ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଲୋକ ପ୍ରତିବାଦ କରିବା ସହ ବେଶ କିଛି ସମୟ ଧରି ରାସ୍ତା ରୋକ୍ କରିଥିଲେ ।