ପୁଣି ରକ୍ତରେ ଭିଜିଲା ରାଜଧାନୀ । କେକ୍ ଖାଇବାକୁ ନେଇ ଛୁରାମାଡ ପରେ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

197

କନକ ବ୍ୟୁରୋ: ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଦୁର୍ବୃତ୍ତମାନେ ଦୁଇ ଜଣ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିବାବେଳେ, ତାଙ୍କୁ ଛୁରା ମାଡ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିବା ସହିତ ଛାନଭିନ୍ ଆରମ୍ଭ କରିଛି ।