୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ମଦୁଆ ବାପା । ମୃତକଙ୍କ ମଧ୍ୟରେ ଥିଲା ଜଣେ ୨ମାସର ଶିଶୁକନ୍ୟା

Advertisment
୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ମଦୁଆ ବାପା । ମୃତକଙ୍କ ମଧ୍ୟରେ ଥିଲା ଜଣେ ୨ମାସର ଶିଶୁକନ୍ୟା

କନକ ବ୍ୟୁରୋ : ମଦୁଆ ବାପାର ଅମାନୁଷିକ କାଣ୍ଡ । ୩ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କୋଇଡାରୁ । ମୃତକଙ୍କ ମଧୟରେ ରହିଛନ୍ତି ୨ମାସର ଜଣେ ଶିଶୁକନ୍ୟା । ଏହି ଘଟଣା ସାରା କୋଇଡା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।

publive-image
ସୂଚନା ଅନୁଯାୟୀ, ମଦ ପିଇ ମାତାଲ ହୋଇ ପାଣ୍ଡୁ ମୁଣ୍ଡା ରାତିରେ ଘରକୁ ଫେରିଥିଲେ । ନିଶାରେ ସ୍ତ୍ରୀକୁ ଟାଙ୍ଗିଆ ଧରି ହାଣିବାକୁ ଗୋଡାଇଥିଲେ । ମଦ୍ୟପ ସ୍ୱାମୀଠୁ ନିଜର ଜୀବନ ବଞ୍ଚାଇବା ପାଇଁ ଘର ଛାଡି ଦୌଡି ପଳାଇଗଲେ ସ୍ତ୍ରୀ । କିନ୍ତୁ ମଦୁଆ ବାପାଠୁ ବଞ୍ଚିପାରିନଥିଲେ ୩ଛୁଆ । ନିଶା ଅବସ୍ଥାରେ ୩ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଇଛି ନରହନ୍ତା ବାପା । ଛୁଆଙ୍କୁ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ମଦ୍ୟପ ବାପା

publive-image
ତେବେ ୩ ଶିଶୁଙ୍କ ମଧ୍ୟରେ ଜଣେ ୫ବର୍ଷର ସୀମା ମୁଣ୍ଡା, ୨ବର୍ଷର ରାଜୁ ମୁଣ୍ଡା ଏବଂ ୨ମାସର ଶିଶୁକନ୍ୟା ଥିବା ମାଆ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe