ବିଭତ୍ସ ହତ୍ୟାକାଣ୍ଡ । ଗଣ୍ଡି ଗଡ଼ୁଛି, ମୁଣ୍ଡ ଧରି ଅଭିଯୁକ୍ତ ଫେରାର

ବିଭତ୍ସ ହତ୍ୟାକାଣ୍ଡ । ଗଣ୍ଡି ଗଡ଼ୁଛି, ମୁଣ୍ଡ ଧରି ଅଭିଯୁକ୍ତ ଫେରାର

କନକ ବ୍ୟୁରୋ : ରକ୍ତ ଜୁଡ଼ୁବୁଡ଼ୁ ହୋଇ ରାସ୍ତା ଉପରେ ଗଣ୍ଡି ଗଡ଼ୁଥିଲା। କିନ୍ତୁ ମୁଣ୍ଡ ନଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଠବାରି ପଞ୍ଚାୟତର ଜଗନ୍ନାଥପୁର-ଦ୍ବାରିକାପଶି ରାସ୍ତାର ଭୁଦବାହାଳିରେ।

ମୃତକ ଜଣଙ୍କ ‌ହେଲେ ଜଗନ୍ନାଥପୁର ଗ୍ରାମର କେଶ ମହାନ୍ତ (୫୦)। ପାରିବାରିକକଳହରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ପ୍ରଥମେ ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିବା ସହ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ବେଳେ ନାଲିଶାଢି ପିନ୍ଧିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ରାସ୍ତାରେ ପଡ଼ିଥିବା ଲୋକେ ଦେଖିଥିଲେ। ପାଖରେ ଏକ ଛତା ଓ ଲଙ୍କା ବ୍ୟାଗ୍‌ ମଧ୍ୟ ପଡ଼ିଥିଲା। ବୁଧବାର ଦ୍ୱାରକାପଶି ଗାଁରେ ହେଉଥିବା ସାପ୍ତାହିକ ହାଟକୁ ସେ ଯାଉଥିବା ନେଇ ଲୋକେ ସନ୍ଦେହ କରିଥିଲେ। ମୁଣ୍ଡ ନଥିବାରୁ ମହିଳାଙ୍କୁ ଚିହ୍ନି ହେଉନଥିଲା।

ରାସ୍ତାକଡ଼ରେ ଏକ ରକ୍ତଲଗା ଟାଙ୍ଗିଆ ପଡ଼ିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ତେବେ କଟାମୁଣ୍ଡ ନେଇ ଜଣେ ଲୋକ ଏକ ସାଇକଲରେ ଢେଙ୍କିକୋଟ ଆଡ଼କୁ ଯାଉଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିବା ସହ ମୃତଦେହ ଚିହ୍ନଟ କରିଥିଲା। ଚିକିଣିଆ ଗ୍ରାମରେ ରହୁଥିବା କେଶଙ୍କ ଜ୍ବାଇଁ ଅକ୍ଷୟ ମହାନ୍ତ ଘରେ ନଥିବାରୁ ତାଙ୍କ ଉପରେ ପୁଲିସର ସନ୍ଦେହ ବିଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe