ମଦ ପିଇବାକୁ ଡାକିନେଇ ବିଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ମାରିଦେଲେ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

Advertisment
ରାସ୍ତା ମଝିରେ ବୀଭତ୍ସ ହତ୍ୟାକାଣ୍ଡ: କଳାହାଣ୍ଡି ଜୁନାଗଡ଼ରେ ଟ୍ରିପଲ୍ ମର୍ଡର, ଶଙ୍କରପଲା ଗାଁରେ ମାଆ, ଶିଶୁ ସମେତ ୩ ଜଣଙ୍କୁ ହତ୍ୟା 

ମଦ ପିଇବାକୁ ଡାକି ନେଇ ଯୁବବକଙ୍କୁ ହତ୍ୟା | କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାର ସାହିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଚନ୍ଦ୍ର ପରଜା ହୋଇଥିବାବେଳେ ତାଙ୍କ ଘରର ଜୟପୁରର ମାଳିସାହି ବୋଲି ଜଣାପଡିଛି | ତେବେ ଚନ୍ଦ୍ର ନିଜ ଶ୍ୱଶୁର ଘର ଲାଲଗୁଡାରେ ରହୁଥିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଚନ୍ଦ୍ର କିଛି ବ୍ୟକ୍ତିଙ୍କ ସହ ମିଶି ମଦ ପିଇବାକୁ ଯାଇଥିଲେ |

ତେବେ ବିଳମ୍ବିତ ରାତି ଯାଏଁ ସେ ଫେରିନଥିଲେ | ଆଜି ସକାଳୁ ତାଙ୍କ ମୃତଦେହ କୁମ୍ଭାରସାହିର ଅଙ୍ଗନବାଡି କେନ୍ଦ୍ର ପାଖରେ ମିଳିଥିବାବେଳେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି | ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ପଥର ମିଳିଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଟାଉନ ଥାନାଧିକାରୀ ବାଲେଶ୍ୱର ଗିଧି ଓ ଏସଡ଼ିପିଓ ଅରୂପ ଅଭିଷେକ ବେହେରା ପହଂଚି ତଦନ୍ତ କରୁଛନ୍ତି |

ଏହି ହତ୍ୟାକାଣ୍ଡ ପଛରେ କେଉଁମାନଙ୍କର ହାତ ରହିଛି ସେନେଇ ପୁଲିସ ଖୋଳତାଡ କରୁଛି | କେଉଁ କେଉଁ ବ୍ୟକ୍ତିଙ୍କର ସହ ଚନ୍ଦ୍ରଙ୍କର ଶତ୍ରୁତା ଥିଲା ସେ ନେଇ ଛାନଭିନ ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe