ଜଗତସିଂହପୁର ଓଗରପୁର ଗାଁରେ ହତ୍ୟାକାଣ୍ଡ । ଦୁର୍ବୃତଙ୍କ ଆକ୍ରମଣରେ ମାଆ ମୃତ, ପୁଅ ଓ ବୋହୂ ଗୁରୁତର

ଜଗତସିଂହପୁର ଓଗରପୁର ଗାଁରେ ହତ୍ୟାକାଣ୍ଡ । ଦୁର୍ବୃତଙ୍କ ଆକ୍ରମଣରେ ମାଆ ମୃତ, ପୁଅ ଓ ବୋହୂ ଗୁରୁତର

କନକ ବ୍ୟୁରୋ : ଜଗତସିଂହପୁର ବାଲିକୁଦା ଥାନା ଓଗରପୁର ଗାଁରେ ହତ୍ୟାକାଣ୍ଡ । ଦୁର୍ବୃତଙ୍କ ଆକ୍ରମଣରେ ମାଆ ବୃଦ୍ଧା ମାନିଆ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ମାନିଆ ବିଶ୍ୱାଳଙ୍କ ଘରେ ପଶି ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ ।

ଘଟଣାସ୍ଥଳରେ ମାନିଆଙ୍କର ମୃତ୍ୟୁ ହୋଇଛି । ପୁଅ ରାକେଶ ଓ ବୋହୂ ସୁଭଦ୍ରା ଗୁରୁତର ହେବା ସହ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସୁଭଦ୍ରାଙ୍କ ପରିବାର ଲୋକ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ସୁଭଦ୍ରାଙ୍କୁ ପ୍ରେମ ବିବାହ କରିଥିଲେ ରାକେଶ । ଯାହାକୁ ସୁଭଦ୍ରାଙ୍କ ପରିବାର ବିରୋଧ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe