ମଳାସପଦର ଛକ ନିକଟରେ ମହିଳାଙ୍କୁ ନିର୍ମମ ହତ୍ୟା । ଦୁର୍ବୃତ୍ତ ଘରେ ପଶି ଛାତ ଉପରେ ମହିଳାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା

ଦୁଇ ଦୁର୍ବୃତ୍ତ ମହିଳାଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ସୂଚନା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି ।

457

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ମଳାଶପଦର ଛକ ନିକଟରେ ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଘରର ଛାତ ଉପରେ ଏକାକୀ ବସିଥିବା ବେଳେ ୨ ଜଣ ଦୁର୍ବୃତ୍ତ ଘରର ବାଡ଼ି ପଟଦେଇ ଛାତ ଉପରକୁ ଚଢ଼ିଥିଲେ । ଜ୍ୟୋସ୍ନାରାଣୀ କିଛି ଭାବିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ । ଜ୍ୟୋସ୍ନାରାଣୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଚଢ଼ିବା ବେଳେ ଦୁର୍ବୃତ୍ତମାନେ ଡେଇଁ ପଳାଇଥିଲେ ।

ସୂଚନା ପାଇ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଖେଶର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସଆଇ ସମୀର ବେହେରା, ଦୀପାରାଣୀ ପରିଡ଼ା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Comments are closed.