ଥାନା ସାମନାରେ ମର୍ଡର । ଥାନାକୁ ଆସୁଥିବା ବେଳେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଗଲା ଅଭିଯୁକ୍ତ

96

କନକ ବ୍ୟୁରୋ: ଥାନା ଆଗରେ ମହିଳାଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କିସିଣ୍ଡାରେ । କିସିଣ୍ଡା ଥାନା ସାମନାରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ମହିଳା ହେଲେ ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣଙ୍କ ଥାନାକୁ ଆସୁଥିବା ବେଳେ ତାଙ୍କର ଜଣେ ସଂପର୍କୀୟ ହତ୍ୟା କରି ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ପୂର୍ବରୁ ମୃତ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା । ଏ ନେଇ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିବା ପାଇଁ ମହିଳା ଜଣଙ୍କ ଆସୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।