କନକ ବ୍ୟୁରୋ: ସାଧାରଣ ନିର୍ବାଚନ ସମୟରେ ଘଟିଛି ହତ୍ୟାକାଣ୍ଡ । ବରଗଡ ନିକଟ ସଦର ଥାନା ଅନ୍ତର୍ଗତ ସରସରା ଗାଁ ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ଜଣେ ଅଟୋ ଡ୍ରାଇଭରକୁ ଏକ ଗୋଷ୍ଠୀ ଭୁଜାଲି ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ବିଶ୍ୱନାଥ ମେହେର ବୋଲି ଜଣାପଡିଛି । ଘଟଣା ପରେ ଗାଁକୁ ପହଞ୍ଚିଛନ୍ତି ଆଇଜି ହିମାଂଶୁ ଲାଲ ଓ ବରଗଡ ଏସପି ପ୍ରହଲ୍ଲାଦ ସାଇ ମିନା । ନିର୍ବାଚନ ସମୟରେ ଭୋଟରଙ୍କୁ ଅଟୋରେ ମତଦାନ କେନ୍ଦ୍ରକୁ ନେଉଥିବା ବେଳେ ଏକ ଗୋଷ୍ଠୀ ବିରୋଧ କରିବା ସହ ଆକ୍ରମଣ କରିଥିବା ପରିବାର ଲୋକେ । ତେବେ ନିର୍ବାଚନ ସମୟରେ ଏଭଳି ହିଂସାକାଣ୍ଡ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।