ପ୍ରେମ ବ୍ୟାପରକୁ କେନ୍ଦ୍ରକରି ହତ୍ୟାକାଣ୍ଡ : ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟରେ ଜଣେ ଯବାନ ମୃତ୍ୟୁ, କମେଂଟ ମରାକୁ ନେଇ ହୋଇଥିଲା ଭଂଜନଗର ବାଡୁଳା ଗାଁରେ ଗଣ୍ଡଗୋଳ; ପୁଲିସର ତଦନ୍ତ ଆରମ୍ଭ

1,331

କନକ ବ୍ୟୁରୋ : ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଆହତ ହୋଇ ଆସ୍କା ମେଡିକାଲରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ଲକଡାଉନ ସମୟରେ କିଛି ଯୁବକ ଭଂଜନଗର ବାଡୁଳା ଗାଁକୁ ଆସି ବାରମ୍ବା ଝିଅଙ୍କୁ କମେଂଟ ମାରୁଥିଲେ । ଏହି ଯୁବକମାନଙ୍କୁ ସେହି ଗାଁର କିଛି ଯୁବକ ବାରଣ କରିଥିଲେ ଗାଁକୁ ଆସିବାକୁ । ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ରଂଜନ ନାହକ । ସେ ସାମରିକ ବିଭାଗରେ କାମ କରୁଥିବା ବେଳେ ଛୁଟିରେ ଗାଁକୁ ଆସିଥିଲେ । ପୁଲିସ ଗାଁରେ ପହଚିଂ ତଦନ୍ତ ଆରମ୍ଭ କରିଛି ।