କନକ ବ୍ୟୁରୋ: ଉତ୍ତର ପ୍ରଦେଶର ଲଖୀମପୁର ଖେରିରେ ୨ ଦଳିତ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ଓ ସେମାନଙ୍କୁ ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି। ଦୁଇ ଭଉଣୀଙ୍କୁ କାହିଁକି ଅତି ଦୟନୀୟ ଭାବେ ହତ୍ୟା କରିବା ପରେ ଗଛରେ ଟାଙ୍ଗିଦେଲେ ସେ ନେଇ ଖେରୀ ପୋଲିସ ମହାନିର୍ଦ୍ଦେଶକ ଖୁଲାସା କରିଛନ୍ତି ।

Advertisment

ପୁଲିସର କହିବା ଅନୁସାରେ, ୨ ଦଳିତ ଝିଅଙ୍କୁ ଅଭିଯୁକ୍ତ ତଥା ହତ୍ୟାକାରୀ ପୂର୍ବରୁ ଜାଣିଥିଲେ । ଯେଉଁମାନେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରଛନ୍ତି ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ସେମାନଙ୍କୁ ବିବାହ କରିବାକୁ ବାରମ୍ବାର ବାଧ୍ୟ କରୁଥିଲେ । ଏଥିରେ ବିଫଳ ହେବା ପରେ ୨ ଭଉଣୀଙ୍କୁ ଶେଷରେ ଅନ୍ୟ ସହଯୋଗୀଙ୍କ ସହ ମିଶି ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେବାକୁ ପଛାଇନଥିଲେ ।

ଗଣମାଧ୍ୟମକୁ ଲଖୀମପୁର ଖେରିର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସଞ୍ଜୀବ ସୁମନ କହିଛନ୍ତି, ସମସ୍ତ ଅଭିଯୁକ୍ତ ଓ ପୀଡ଼ିତା ଲାଲ୍‌ ପୁରୱା ଗ୍ରାମର। ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଲିପ୍ତ ଥିବା ବେିଳେ ଆଉ ୨ଜଣ ସେମାନଙ୍କୁ ସାହାଯ୍ୟ କରିଥିଲେ।ଅଭିଯୁକ୍ତମାନେ ହେଲେ, ଚେତରାମ୍‌ ଗୌଅତମ, ଜୁନୈଦ୍‌, ସୁହୈଲ୍‌, କରୀମୁଦ୍ଦିନ୍‌, ଆରିଫ୍‌ ଏବଂ ହଫୀଜ୍‌-ଉର୍‌-ରେହ୍‌ମନ୍‌। ପୁଲିସ ସହିତ ଏନକାଉଣ୍ଟରରେ ୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ପୋଲିସ ଗୁଳିରେ ଆହତ ହୋଇଥିବା ଜଣାପଡିଛି ।