ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣି ହତ୍ୟା । ପୋଲିସ ଆଗରେ ଅଭିଯୁକ୍ତର ଘର ଜାଳିଦେଲେ ଗାଁ ଲୋକ ।

80

କନକ ବ୍ୟୁରୋ: ପୋଲିସ ଉପସ୍ଥିତିରେ ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗାଁ ଲୋକ । ନିରୁପାୟ ହୋଇ ଚାହିଁ ରହିଲେ ପୋଲିସ କର୍ମଚାରୀ । ଏଭଳି ଅଭାବନୀୟ ଖବର ଆସିଛିି ଗଞ୍ଜାମ ଜିଲ୍ଲା କୋଦଳା ରେଞ୍ଜର ବଙ୍ଗଳା ସାହିରୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି । ସଂଘବଦ୍ଧ ଭାବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବାବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବିଭତ୍ସ ହତ୍ୟାକାଣ୍ଡ ପରେ ତାତି ଉଠିଛନ୍ତି ଗାଁ ଲୋକ । ଏପରିକି ପୋଲିସ ଉପସ୍ଥିତିରେ ହତ୍ୟାକାରୀଙ୍କ ୪ଟି ଘରକୁ ପୋଡି ଦେଇଛନ୍ତି । ତେବେ ନିରୁପାୟ ହୋଇ ପୋଲିସ ଜଗିରହିଥିବା ବେଳେ ଲୋକେ ନିଆଁ ହୁଳା ଧରି ଅଭିଯୁକ୍ତଙ୍କ ଚାଳଘର ଉପରକୁ ପକାଉଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ କୋଦଳା ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି । ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି ଗାଁ ଲୋକ ।