କନକ ବ୍ୟୁରୋ : ବାରିପଦାରେ ଟ୍ରିପଲ୍ ମର୍ଡର ସନ୍ଦେହ । ବାରିପଦା ସଦର ଥାନା ଅନ୍ତର୍ଗତ ତାଡିକିଶଳ ଗାଁରେ ଟ୍ରିପଲ୍ ମର୍ଡର ସନ୍ଦେହ । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ନେଇ ସୂଚନା ମିଳିଛି । ଘର ଭିତରୁ ୨ ଜଣ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ସ୍ୱାମୀଙ୍କ ମୃତଦେହ । ଏହି ଟ୍ରିପଲ୍ ମର୍ଡରର କାରଣ କିଛି ଜଣାପଡିନାହିଁ । ଖବର ପାଇବା ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଆତ୍ମହତ୍ୟା ସମ୍ପର୍କରେ କିଛି ଜଣାପଡିନଥିଲେ ବି ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି , ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ।
ବାରିପଦାରେ ଅଭାବନୀୟ ଘଟଣା । ୨ ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ମିଳିଲା ମୃତଦେହ
/kanak/media/post_attachments/wp-content/uploads/2019/05/MURDER.jpg)