ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ

387

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ । ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା ପୋଲିସ । ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର । ଆଇପିଏସ ଧାରା ୩୦୨, ୨୦୧, ୨୦୪, ୫୦୬ ଆଧାରରେ ମାମଲା ରୁଜୁ କରିଛି ପୋଲିସ ।

ଜିଲ୍ଲାପାଳଙ୍କ ସମେତ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଓ ଜଣେ ଷ୍ଟେନୋ ଓ ଜଣେ ଡାଟା ଏଂଟ୍ରି ଅପରେଟର ପିଏଙ୍କୁ ହତ୍ୟା କରି ଥିବା ନେଇ ଅଭିଯୋଗ ଆଣିଥିଲେ ପିଏ ଦେବନାରାୟଣଙ୍କ ପରିବାର । ଆଉ ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ, ଏସଡିଜେଏମ କୋର୍ଟରେ ୪ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଏକ କମ୍ପେ୍ଲନ୍ଟ କେସ ଦାଖଲ କରିଥିଲେ ଦେବନାରାଣୟ ପଣ୍ଡାଙ୍କ ପତ୍ନୀ ।

ଆଗରୁ ତଦନ୍ତ ପ୍ରକ୍ରିୟାରେ ଶିଥିଳତା ନେଇ ଜାତୀୟ ମାନବାଧୀକାର କମିଶନଙ୍କ ସମେତ ବିଭିନ୍ନ ମହଲରେ ଲିଖିତ ଅଭିଯୋଗ କରିଥିଲେ ପିଏଙ୍କ ପରିବାର । ଜାତୀୟ ମାନବାଧୀକାର କମିଶନଙ୍କ ହସ୍ତକ୍ଷେପରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମଦ ମଧ୍ୟ ଅଭିଯୋଗର ସତ୍ୟତା ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି ।

୨୦୧୯ ଡିସେମ୍ବର ୨୮ ତାରିଖରେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା । ଏହାପରେ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ହେଲେ ପରେ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ ।