ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲକୁ ବିଭତ୍ସ ହତ୍ୟା : ମୁଣ୍ଡକୁ ବାଲିରେ ପୋତି ଶରୀରକୁ ପୋଡ଼ିଦେଲେ ଦୁର୍ବୃତ୍ତ

ପୋଡ଼ା ଶବ ଓ ମୁଣ୍ଡକୁ କାଠଯୋଡ଼ି ଗଣେଶ ଘାଟରୁ ଜବତ କଲା ପୋଲିସ; ବୀର ନାଁରେ ଥିଲା ୧୦ରୁ ଅଧିକ ସଂଗିନ୍ ମାମଲା

658

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲକୁ ବିଭତ୍ସ ହତ୍ୟା କରାଯାଇଛି । ମୁଣ୍ଡକୁ ବାଲିରେ ପୋତି ଶରୀରକୁ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ । ପୋଡ଼ା ଶବ ଓ ମୁଣ୍ଡକୁ କାଠଯୋଡ଼ି ଗଣେଶ ଘାଟରୁ ଜବତ କରିଛି ପୋଲିସ । ବୀର ନାଁରେ ୧୦ରୁ ଅଧିକ ସଂଗିନ୍ ମାମଲା ରହିଥିଲା । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ପୁରୀଘାଟ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ପରେ ସାଇଂଟିଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ ସିଂ ପହଂଚି ଘଟଣାର ତଦନ୍ତ କରିଛନ୍ତି ।

କଟକ ପୁରୀଘାଟ ଥାନା ତଳତେଲେଙ୍ଗା ବଜାର ଅଞ୍ଚଳପ ବୀର ପାଲ ରଙ୍ଗ କାମ ସହ ରାଜମିସ୍ତ୍ରୀ କାମ କରେ । ଶୁକ୍ରବାର ରାତିରୁ ସେ ଘରୁ ବାହାରି ଆସିବା ପରେ ଆଉ ଫେରି ନଥିଲେ । ସକାଳ ପ୍ରାୟ ୧୦ଟା ବେଳଏ ଗଣେଶଘାଟ ପାହାଚ ତଳେ ତା ଶବ ଦେଖିବାକୁ ମିଳିଥିଲା । ଶବଟି ଅଧା ପୋଡି ଯାଇଥିବା ବେଳେ ମୁଣ୍ଡକୁ ନଦୀ ବାଲିରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁରୀଘାଟ ଥାନା ପୋଲିସକୁ ଖବର ଦେଇଥିଲେ । ବୀର କାନ୍ଧ ତଳକୁ ରଙ୍ଗିନ କପଡା ବ୍ୟାଗ ପୋଲିସ ଜବତ କରିଛି । ଏଥିରେ ୩୬୬ଟଙ୍କା, ସାଇକେଲ ଚାବି, ଚାନ୍ଦିର ହନୁମାନ ଲକେଟ୍ ପୋଲିସ ଜବତ କରିଥିଲା ।

ବୀରର ଅପରାଧିକ କାରନାମାକୁ ନେଇ ଅନେକ ତଥ୍ୟ ଏବେ ସାମନାକୁ ଆସିବାରେ ଲାଗିଛି । ବାଖରାବାଦ ଅଞ୍ଚଳର ବସନ୍ତ ବେହେରାଙ୍କ ଘରୁ ଗ୍ୟାସ ସିଲିଣ୍ଡର ଚୋରି ମାମଲାରେ ପୁରୀଘାଟ ଥାନା ପୋଲିସ ବୀରକୁ ଗଲା ଏପ୍ରିଲ ୨୦ ତାରିଖରେ ଗିରଫ କରି ଚୌଦ୍ୱାର ଜେଲକୁ ପଠାଇଥିଲା । ୨୦୨୦ରେ ନିଜ ବଡଭାଇଙ୍କୁ ହତ୍ୟା ଉଦ୍ୟମ ମାମଲାରେ ବି ସେ ସମ୍ପୃକ୍ତ ଥିଲା । ଏହି ମାମଲାରେ ସେ ଦେଢ ମାସ ଚୌଦ୍ୱାର ଜେଲରେ ରହି ଫେରିଥିଲା । କଟକ କମିସନରେଟ୍ ପୋଲିସରେ ବୀର ବିରୋଧରେ ପାଖାପାଖି ବୀର ବିରୋଧରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଥିବା କୁହାଯାଉଛି ।