ଲକ୍ଷ୍ମୀପୁର ହିଂସାକାଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ : କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଓ ତାଙ୍କ ପୁଅ ନାଁରେ ମାମଲା

141

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସାକାଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁତ୍ର ଆଶିଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ମନ୍ତ୍ରୀ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ୪ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଭିତରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ୟପି ପୁଲିସ ।

ସୂଚନା ଅନୁସାରେ ଉତ୍ତରପ୍ରଦେଶର ଖେରୀ ଗସ୍ତରେ ଯାଉଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ର । ଦୁଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କୃଷି ଆଇନ ବିରୋଧ କରୁଥିବା ଚାଷୀ ସଂଗଠନ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ମିଶ୍ରଙ୍କ କାରକେଡ ଯାଉଥିଲା । ଯାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ ଚାଷୀ । ଆନ୍ଦୋଳନକାରୀ ଆଶିଷଙ୍କ କାର ଉପରକୁ ପଥର ମାଡ କରିଥିଲେ ଆନ୍ଦୋଳନକାରୀ । ତାପରେ ଆଶିଷଙ୍କ କାର ଆନ୍ଦୋଳନାକାରୀଙ୍କ ଉପରେ ମଡାଇ ଦେଇଥିବା ଅଭିଯୋଗ ହୋଇଛି । କାର ମାଡିଯିବାରୁ ୪ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ହୋଇଥିବା କହିଛି ଚାଷୀ ସଂଗଠନ । ଅନ୍ୟପଟେ ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ପୁଅକୁ କାରକେଡ ଉପରକୁ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ହୋଇଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ଚାଷୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗ୍ରାମ ଟିକୁନିଆ ଟିକଟସ୍ଥ ବନବୀରପୁରରେ ପୂରାଇ ନଦେବାକୁ ଯୋଜନା କରି ଜୋର୍‌ଦାର ବିରୋଧ କରିଥିଲେ । ପ୍ରାୟ ୧ ହଜାରରୁ ଅଧିକ ଚାଷୀ କଳାପତାକା ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ । ଉକ୍ତ ରାସ୍ତା ଦେଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସମର୍ଥକମାନେ ଯିବା ବେଳେ ଆନ୍ଦୋଳନକାରୀମାନେ ସେମାନଙ୍କୁ ଘେରି ଯାଇଥିଲା । କାର୍‌ ଚଢ଼ିଯିବାରୁ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ଘଟିବା ପରେ ଅଚାନକ ହିଂସା ବ୍ୟାପି ଯାଇଥିଲା । ଚାଷୀମାନେ ଆଶିଷ ମିଶ୍ରଙ୍କ କାର୍‌ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଏବଂ ତାଙ୍କର ସମର୍ଥକମାନଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିଲା ।