କନକ ବ୍ୟୁରୋ : ନବରଙ୍ଗପୁର ତେଲନଦୀ ପେଙ୍ଗୁସାଇରେ ବିଭତ୍ସ ହତ୍ୟା । କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଯାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଅାଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Advertisment

ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ । କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ । ଗତକାଲି ସଂଧ୍ୟରେ ଦୁହେଁ ମିଶି କୁଆଡ଼େ ଯାଉଥିବାର ଲୋକମାନେ ଦେଖିଥିଲେ । ରାତିରେ ଦୁହେଁ ଘରକୁ ନଫେରିବାରୁ ଦୁହିଁଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କୁ ପାଇନଥିଲେ । ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତଦେହ ପଡ଼ିଥିବାର ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରାମସିଂଙ୍କର ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଉମରକୋଟ୍ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ରାମସିଂର ହତ୍ୟା ନରେଶ କରିଛି ନା ଅନ୍ୟ କିଏ ତାର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ନରେଶ ଧରୁଆ ଗତକାଲି ଠାରୁ ଫେରାର ରହିଛି ।