୫ ଜାନୁଆରୀ ୧୬୬୫ ସୂର୍ଯ୍ୟଗ୍ରହଣ ଦିନ ଶିବାଜୀ ମହାରାଜ ମାତା ଜିଜାବାଇଙ୍କ ସହ ମହାବଳେଶ୍ଵର ମନ୍ଦିରରେ ପୂଜାର୍ଚନା କରି ଦାକ୍ଷିଣାତ୍ୟ ଅଭିଯାନରେ ବାହାରିବାକୁ ଯିବା ସମୟରେ ଖବର ପହଞ୍ଚିଲା କି ‘ରାଜା ଜୟ ସିଂହ ଓ ଦିଲେର ଖାଁ ପୁନାର ପୁରନ୍ଦର ଦୁର୍ଗ ଅଭିମୁଖେ ଆକ୍ରମଣ ଅଭିପ୍ରାୟରେ ଅଗ୍ରସର ହେଉଛନ୍ତି’ । ଶିବାଜୀ ମହାରାଜ ଜୟ ସିଂହକୁ ଏକ ପତ୍ର ଲେଖିଲେ କିନ୍ତୁ ଜୟ ସିଂହ ଏହାକୁ ଖାତିର ନକରି ଆକ୍ରମଣ ଆରମ୍ଭ କରିଦେଲା ।

Advertisment

ଦୁର୍ଗଟି ଦୁଇ ଭାଗରେ ବିଭକ୍ତ ଥିଲା ମୁଖ୍ୟଦୁର୍ଗର ଉଚତା ପ୍ରାୟ ୨୫୦୦ ଫୁଟ ଓ ବଜ୍ରଗଡ ନାମୀ ଦ୍ଵିତୀୟ ଦୁର୍ଗ ପ୍ରାୟ ୧୮୦୦ଫୁଟ ଉଚା ଥିଲା । ମୁଖ୍ୟଦୁର୍ଗକୁ ବହୁଦିନର ସଂଘର୍ଷ ପରେ ଅକ୍ତିଆର କରି ନପାରି ମୋଗଲ ସେନା ବଜ୍ରଗଡ ଦୁର୍ଗ ଉପରକୁ ତୋପ ଚଢେଇବା ଆରମ୍ଭ କଲେ ,ସେଠି ପ୍ରବଳ ସଂଘର୍ଷ ଲାଗିରହିଲା , ଏଥିରେ ହଜାର ହଜାର ମରାଠା ସୈନିକ ପ୍ରାଣବଳି ଦେଲେ ଏବଂ ଶେଷରେ ମୋଗଲ ମାନେ ବଜ୍ରଗଡ ଦଖଲ କରିବାରେ ସଫଳ ହେଲେ । ବଜ୍ରଗଡ ବିଜୟ ପରେ ମୋଗଲ ସେନା ପୁରନ୍ଦର ଦୁର୍ଗ ଆଡକୁ ଅଗ୍ରସର ହେଲେ , ଦୁର୍ଗର ରକ୍ଷା ଦାୟିତ୍ଵରେ ମୁରାରବାଜି ଦେଶପାଣ୍ଡେ ଥିଲେ , ତାଙ୍କ ପାଖରେ ମାତ୍ର ୬୦୦୦ ସୈନିକ ଓ ମୋଗଲ ସେନା ୧୦୦୦୦ ରୁ ଅଧିକ ଥିଲେ ଏହାଛଡା ତାଙ୍କ ପାଖରେ ଶକ୍ତିଶାଳୀ ତୋପ ମଧ୍ୟ ଥିଲା । ଘମାଘୋଟ ଯୁଦ୍ଧ ଆରମ୍ଭ ହେଇଗଲା ।

ଦୁର୍ଗର ସମୁଖ ପଟୁ ଦିଲେର ଖାଁ ଓ ପାଶ୍ଚାତ ଦିଗରୁ ଜୟସିଂହର ପୁଅ କରିତ ସିଂହ ଆକ୍ରମଣ କରୁଥାନ୍ତି । ମୁରାରବାଜି ଦେଶପାଣ୍ଡେ ସୈନିକ ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି ଯୁଦ୍ଧ କରୁଥାନ୍ତି । ଗୋଲାବାରୁଦ ସରିସରି ଆସୁଥାଏ ଏ ଖବର ଶିବାଜି ମହାରାଜ ପାଇ ତୁରନ୍ତ ନେତାଜୀ ପାଲକରଙ୍କ ଦ୍ଵାରା ଗୋଲାବାରୁଦ ପଠେଇବାର ବ୍ୟବସ୍ତା କଲେ । ପ୍ରବଳ ସଂଘର୍ଷ କରି ନେତାଜୀ ପାଲକର ପଛ ଦ୍ଵାରବାଟେ କିଛି ଗୋଲାବାରୁଦ ଦୁର୍ଗ ଭିତରକୁ ପଠେଇବାର ସକ୍ଷମ ହେଲେ କିନ୍ତୁ ନିଜେ ଭିତରକୁ ଯାଇ ପାରିଲେ ନାହିଁ । ଏହାଦ୍ୱାରା କିଛି ପରିମାଣରେ ସଙ୍କଟ ତ କମିଲା କିନ୍ତୁ ସେତେବେଳକୁ ଦୁର୍ଗ ପୂର୍ଣରୁପରେ ଅସୁରକ୍ଷିତ ହେଇ ସାରିଥାଏ । ମୁରାରବାଜି ଦେଶପାଣ୍ଡେ ଶେଷ ନିର୍ଣୟ ସମସ୍ତଙ୍କୁ ଜଣେଇଦେଲେ । ଲଢେଇ ‘ଆର ପାର କି ‘ । ବାକିଥିବା ୭୦୦ ସୈନିକ ସମସ୍ତେ ମୁଣ୍ଡରେ ଗୈରିକ ପଟି ବାନ୍ଧି ବିଜୟ ତିଳକ ଲଗେଇ ସିଂହ ଗର୍ଜନ କରି ମୁଖ୍ୟଦ୍ଵାର ଖୋଲି ଶତ୍ରୁ ଉପରକୁ ଲମ୍ଫ ପ୍ରଦାନ କଲେ । ଏହି ଆତ୍ମବଳିଦାନି ଦଳର ନେତୃତ୍ଵ ସ୍ଵୟଂ ମୁରାରବାଜି ଦେଶପାଣ୍ଡେ କରୁଥାନ୍ତି । ତାଙ୍କ ପଛରେ ୨୦୦ ଜଣିଆ ଏକ ଅଶ୍ଵାରୋହୀ ସୈନିକ ଦଳ ଆସୁଥାଏ । ଭୟଙ୍କର ଯୁଦ୍ଧ ଆରମ୍ଭ ହେଇଯାଇଥାଏ ।

ମୃତ୍ୟୁ କୁ ବେପରୁଆ କରି ମରାଠା ମାନଙ୍କ ପ୍ରଚଣ୍ଡ ଆକ୍ରମଣରେ ମୋଗଲ ମାନଙ୍କ ଛିନ୍ନଛତ୍ର ହେଇଗଲେ । କଞ୍ଚା ରକ୍ତରେ ପୁନାର ମାଟି ଲାଲ ହେଇଗଲା । ମୁରାରବାଜି ଦେଶପାଣ୍ଡେଙ୍କ ଆଖି ଦିଲେର ଖାଁ କୁ ଖୋଜୁଥାଏ । ସେ ମୋଗଲ ସେନାର ପଛ ଭାଗରେ ହାତୀ ଉପରେ ବସିଥିବାର ଦେଖିବାକୁ ପାଇ , ତୀବ୍ର ଗତିରେ ତା ଆଡକୁ ଅଗ୍ରସର ହେଉଥାନ୍ତି , ଦିଲେର ଖାଁ ଏହା ଦେଖିପାରି ତାଙ୍କ ଉପରକୁ ଏକ ତୀର ନିକ୍ଷେପ କଳା । ଏହା ଆସି ମୁରାରବାଜି ଦେଶପାଣ୍ଡେଙ୍କ ଛାତିରେ ଗଳିଗଲା । ତାକୁ ଖାତିର ନକରି ସେ ସେମିତି ଦିଲେର ଖାଁ ଆଡକୁ ଅଗ୍ରସର ହେଇ ଚାଲିଥାନ୍ତି ଏବଂ ଯେତେବେଳେ ସିଏ ତାଙ୍କ ବର୍ଚ୍ଛାର ପରିଧି ଭିତରକୁ ଆସିଗଲା ବୋଲି ଅନୁଭବ କଲେ ତାଙ୍କ ବର୍ଚ୍ଛାକୁ ଦିଲେର ଖାଁ ଉପରକୁ ସମସ୍ତ ଶକ୍ତି ଲଗାଇ ନିକ୍ଷେପ କଲେ ।

ଏକା ଥରକେ ଦିଲେର ଖାଁ ଶେଷ , ଠିକ ସେହି ସମୟରେ ଆଉ ଏକ ତୀର ତାଙ୍କ ବେକରେ ପଶି ସାରିଥାଏ , ତାଙ୍କ ନିର୍ଜୀବ ଶରୀର ଘୋଡା ଉପରୁ ଖସି ପଡିଲା । ମୁରାରବାଜି ଦେଶପାଣ୍ଡେ ତାଙ୍କ ଶେଷ ରକ୍ତବିନ୍ଦୁ ଥିଲାଯାଏ ମୋଗଲ ମାନଙ୍କୁ ଦୁର୍ଗରେ ପଶିବାକୁ ଦେଇ ନଥିଲେ । ଏହି ଯୁଦ୍ଧ ଠିକ ଆଜିର ଦିନରେ ହେଇଥଲା । ଏହିପରି ବୀର ମାନଙ୍କ ଯୋଗୁ ଶିବାଜୀ ମହାରାଜଙ୍କ ହିନ୍ଦୁ ରାଜ୍ୟର ଧ୍ଵଜା ବହୁ ଦିନ ଧରି ସଗର୍ବେ ଫରଫର ହେଇ ଉଡିଥିଲା ।  #UnsungHero